ନୂଆଦିଲ୍ଲୀ: ଭଗବାନ ବିର୍ସା ମୁଣ୍ଡାଙ୍କ ସମ୍ମାନରେ ତାଙ୍କର ଜୟନ୍ତୀ ଦିବସ ଆସନ୍ତା ନଭେମ୍ବର ୧୫ ତାରିଖକୁ ‘ଜନଜାତୀୟ ଗୌରବ ଦିବସ’ ଭାବେ ଘୋଷଣା କରିବାକୁ କେନ୍ଦ୍ର କ୍ୟାବିନେଟ ଆଜି (ବୁଧବାର) ଅନୁମୋଦନ କରିଛନ୍ତି। ଏହି ଅବସରରେ ଆଦିବାସୀଙ୍କ ଗୌରବମୟ ପରମ୍ପରାକୁ ସପ୍ତାହବ୍ୟାପୀ ଉତ୍ସବ ମଧ୍ୟରେ ପାଳନ କରାଯିବ।
ନୂଆଦିଲ୍ଲୀରେ ଏକ ସାମ୍ବାଦିକ ସମ୍ମିଳନୀରେ ଏସଂପର୍କା ସୂଚନା ଦେଇ କେନ୍ଦ୍ର ସୂଚନା ଓ ପ୍ରସାରଣ ମନ୍ତ୍ରୀ ଅନୁରାଗ ଠାକୁର କହିଛନ୍ତି, ଏହି ଅବସରରେ ଆଦିବାସୀ ଲୋକ ସଂସ୍କୃତି ଏବଂ ସଫଳତାର ଗୌରବମୟ ଇତିହାସକୁ ପାଳନ ଏବଂ ସ୍ମରଣ କରିବା ପାଇଁ ନଭେମ୍ବର ୧୫ରୁ ୨୨ ତାରିଖ ପର୍ଯ୍ୟନ୍ତ ସପ୍ତାହବ୍ୟାପୀ ଉତ୍ସବ ପାଳନ ପାଇଁ ଯୋଜନା କରାଯାଇଛି।
/sambad/media/post_attachments/wp-content/uploads/2021/11/Anurag_Thakur.jpg)
ଉଲ୍ଲେଖଯୋଗ୍ୟ, ମୁଣ୍ଡା ଜନଜାତିରୁ ଆସିଥିବା ବିର୍ସା ମୁଣ୍ଡା ୧୫ ନଭେମ୍ବର ୧୮୭୫ରେ ଜନ୍ମଗ୍ରହଣ କରିଥିଲେ। ଉନବିଂଶ ଶତାବ୍ଦୀର ଶେଷ ଭାଗରେ ଔପନିବେଶିକ ବ୍ରିଟିଶ ରାଜ ସମୟରେ ସେ ବିହାର ଏବଂ ଝାଡ଼ଖଣ୍ଡର ଆଦିବାସୀ ଇଲାକରେ ଇଂରେଜ ସରକାର ବିରୋଧରେ ଏକ ଆଦିବାସୀ ଆନ୍ଦୋଳନ ଆରମ୍ଭ କରିବା ସହ ଏହାର ନେତୃତ୍ୱ ନେଇଥିଲେ। ବିର୍ସା ମୁଣ୍ଡାଙ୍କ ଏହି ଆଦିବାସୀ ଆନ୍ଦୋଳନ ପରବର୍ତ୍ତୀ ସମୟରେ ଭାରତର ସ୍ୱାଧୀନତା ସଂଗ୍ରାମକୁ ତୀବ୍ର କରିବା ସହ ଶକ୍ତିଶାଳୀ
କରି ପାରିଥିଲା।
ତାଙ୍କର ଜୟନ୍ତୀକୁ ସମଗ୍ର ଦେଶରେ ବିର୍ସା ମୁଣ୍ଡା ଜୟନ୍ତୀ ଭାବରେ ପାଳନ କରାଯାଏ। ଯାହାକି ସଂଯୋଗ କ୍ରମେ ଝାଡ଼ଖଣ୍ଡ ରାଜ୍ୟର ପ୍ରତିଷ୍ଠା ଦିବସ ସହିତ ମଧ୍ୟ ମେଳ ଖାଇଥାଏ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2021/11/Anurag_Thakur1.jpg)