କେନ୍ଦ୍ର କ୍ୟାବିନେଟ ନିଷ୍ପତ୍ତି : ପଞ୍ଚଦଶ ଅର୍ଥ ଆୟୋଗଙ୍କ କାର୍ଯ୍ୟକାଳ ୩୦ ନଭେମ୍ବର, ୨୦୧୯ ପର୍ଯ୍ୟନ୍ତ ବୃଦ୍ଧି, ନଦୀବନ୍ଧ ସୁରକ୍ଷା ବିଲ୨୦୧୯କୁ ମଂଜୁରୀ

ନୂଆଦିଲ୍ଲୀ : ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କେନ୍ଦ୍ର କ୍ୟାବିନେଟ ବୈଠକରେ ପଂଚଦଶ ଅର୍ଥ ଆୟୋଗଙ୍କ କାର୍ଯ୍ୟକାଳ ୩୦ ନଭେମ୍ବର ୨୦୧୯ ପର୍ଯ୍ୟନ୍ତ ସମ୍ପ୍ରସାରଣ କରାଯିବା ପ୍ରସ୍ତାବକୁ ମଞ୍ଜୁରି ମିଳିଛି । ସଂସ୍କାର ଏବଂ ନୂତନ ବାସ୍ତବତାକୁ ଆଖି ଆଗରେ ରଖି ଆୟୋଗକୁ ନିଜର ସୁପାରିସ ଚୂଡ଼ାନ୍ତ କରିବା ଉଦ୍ଦେଶ୍ୟରେ ବିଭିନ୍ନ ତୁଳନାତ୍ମକ ଆର୍ଥିକ ଆକଳନକୁ ଅନୁଧ୍ୟାନ କରିବା ଲାଗି ଏହା ସୁବିଧା ପ୍ରଦାନ କରିବ ।
ଏହାଛଡା କେନ୍ଦ୍ର କ୍ୟାବିନେଟ ଆସାମ, ଉତ୍ତରପ୍ରଦେଶରେ ରେଳ ସଂଯୋଗୀକରଣ  ପାଇଁ କେତେକ ଯୋଜନାକୁ ମଂଜୁରୀ ଦେଇଛନ୍ତି । ଆହ୍ଲାବାଦ ଓ ମୋଗଲସରାଇ (ବର୍ତ୍ତମାନର ଦୀନଦୟାଲ ଉପାଧ୍ୟାୟ ଜଙ୍କସନ)ମଧ୍ୟରେ ୧୫୨ କିମି ଲମ୍ବର ୩ୟ ରେଳଲାଇନ ନିର୍ମାଣ କରାଯିବ । ସେହିପରି ଆଉ ଏକ ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତିକ୍ରମେ ନଦୀବନ୍ଧ ସୁରକ୍ଷା ବିଲ୨୦୧୯କୁ କେନ୍ଦ୍ର କ୍ୟାବିନେଟ ମଂଜୁରୀ ଦେଇଛି । ଏହା ମାଧ୍ୟମରେ ଦେଶର ପ୍ରାୟ ୫୬୦୦ ନଦୀବନ୍ଧକୁ ଜାତୀୟ ନଦୀବନ୍ଧ ସୁରକ୍ଷା ପ୍ରାଧିକରଣ ପରିଚାଳନା ଓ ତଦାରଖ କରିବ ।

ସମ୍ବନ୍ଧିତ ଖବର