ଯୁଦ୍ଧରେ ଆହତ ସେନା କର୍ମଚାରୀଙ୍କ ଆର୍ଥିକ ସହାୟତା ବଢ଼ାଇଲେ କେନ୍ଦ୍ର ସରକାର, ୨ ଲକ୍ଷରୁ ବଢ଼ି ୮ ଲକ୍ଷ ଟଙ୍କା ହେଲା
ନୂଆଦିଲ୍ଲୀ: ଭାରତୀୟ ସେନାର ଦୀର୍ଘ ଦିନ ଧରି ରହିଥିବା ଦାବିକୁ ପୂରଣ କରିଛନ୍ତି କେନ୍ଦ୍ର ସରକାର। ଯୁଦ୍ଧ ସମୟରେ ଆହତ ହୋଇଥିବା ଯବାନଙ୍କ ପରିବାରକୁ ଦିଆଯାଉଥିବା ଆର୍ଥିକ ସହାୟତା ପରିମାଣ ବୃଦ୍ଧି କରିବା ପାଇଁ ବହୁ ଦିନରୁ ଦାବି ହୋଇ ଆସିଥିଲା । ଆଜି ଏହି ପରିମାଣ ବୃଦ୍ଧିକୁ ମଞ୍ଜୁର କରିଛନ୍ତି ପ୍ରତିକ୍ଷାମନ୍ତ୍ରୀ ରାଜନାଥ ସିଂହ ।
Sambad is now on WhatsApp
Join and get latest news updates delivered to you via WhatsApp
ବର୍ତ୍ତମାନ ଯୁଦ୍ଧ ସମୟରେ ଆହତ ହୋଇଥିବା ଯବାନଙ୍କୁ ୨ ଲକ୍ଷ ଦିଆ ଯାଇଥିଲା, ବର୍ତ୍ତମାନ ଏହାକୁ ୮ ଲକ୍ଷ ଟଙ୍କାକୁ ବୃଦ୍ଧି କରିଛନ୍ତି ସରକାର । ଏହି ଅର୍ଥ ଆହତ ସେନା କର୍ମଚାରୀଙ୍କ ନିକଟ ସଂପର୍କୀୟଙ୍କୁ ମିଳିବ ବୋଲି ଜଣାପଡ଼ିଛି। ପେନସନ୍, ସେନାର ସାମୁହିକ ବୀମା , ସେନା କଲ୍ୟାଣ ପାଣ୍ଠି ଏବଂ ଅନୁଗ୍ରହ ରାଶିକୁ ଛାଡି ଏହି ସହାୟତା ରାଶି ଦିଆଯିବ । ଶନିବାର ଜନୈକ ସେନା ଅଧିକାରୀଙ୍କ କହିବାନୁସାରେ, ଯୁଦ୍ଧରେ ଆହତ ହୋଇଥିବା ସୈନ୍ୟଙ୍କୁ ସୈନ୍ୟ କଲ୍ୟାଣ ପାଣ୍ଠି (ଏବିସିଡବ୍ଲ୍ୟୁଏଫ୍)ରୁ ଏହି ଅର୍ଥ ଦିଆଯିବ ।
Defence Minister Rajnath Singh has given in principle approval to enhancement of monetary assistance to Next of Kin (NoK) of all categories of battle casualty from Rs 2 lakh to Rs 8 lakh. (file pic) pic.twitter.com/62rxJqKIT9
— ANI (@ANI) October 5, 2019
ତେବେ ବର୍ତ୍ତମାନ ଯୁଦ୍ଧରେ ସହିଦ୍ ହୋଇଥିବା ସୈନ୍ୟ ଏବଂ ୬୦ ପ୍ରତିଶତ କିମ୍ବା ଏହାଠାରୁ ଅଧିକ ଶାରୀରିକ ଅକ୍ଷମତାର ଶିକାର ହୋଇଥିବା ସେନା କର୍ମଚାରୀଙ୍କ ସହ ଅନ୍ୟ ଶ୍ରେଣୀରେ ଆସୁଥିବା ଯବାନଙ୍କୁ ବି ୨ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଆର୍ଥିକ ସହାୟତା ଦିଆଯାଉଛି । ୬୦ ପ୍ରତିଶତରୁ କମ୍ ଶାରୀରିକ ଅକ୍ଷମତାର ଶିକାର ହୋଇଥିବା ଯବାନଙ୍କୁ ୧ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ସହାୟତା ରାଶି ମିଳିଥାଏ ।