ନୂଆଦିଲ୍ଲୀ: ଦେଶରେ କୋଭିଡ୍‌-୧୯ଜନିତ ସଂକ୍ରମଣ ଦ୍ରୁତ ବେଗରେ ବୃଦ୍ଧି ପାଉଥିବାରୁ ସମସ୍ତ ରାଜ୍ୟ ଏବଂ କେନ୍ଦ୍ରଶାସିତ ଅଞ୍ଚଳରେ ପର୍ଯ୍ୟାପ୍ତ ପରିମାଣର ମେଡିକାଲ୍‌ଅକ୍ସିଜେନ୍‌ ଉପଲବ୍ଧି ସଂକ୍ରାନ୍ତରେ ସୁନିଶ୍ଚିତ ହେବାକୁ କେନ୍ଦ୍ର ସ୍ବାସ୍ଥ୍ୟ ସଚିବ ରାଜେଶ ଭୂଷଣ ମୁଖ୍ୟ ଶାସନ ସଚିବମାନଙ୍କୁ ଗତକାଲି ପତ୍ର ଲେଖିଛନ୍ତି।

Advertisment

ଉକ୍ତ ପତ୍ରରେ ଉଲ୍ଲେଖ ଅଛି କି, ଆକ୍ରାନ୍ତମାନଙ୍କୁ ଚିକିତ୍ସା ଯୋଗାଉଥିବା ସମସ୍ତ ସ୍ବାସ୍ଥ୍ୟ ସେବା କେନ୍ଦ୍ରଗୁଡ଼ିକରେ ୪୮ ଘଣ୍ଟା ଯାଏଁ ଚଳିବା ଭଳି ପର୍ଯ୍ୟାପ୍ତ ପରିମାଣର ତରଳ ମେଡିକାଲ୍‌ ଅକ୍ସିଜେନ୍‌ ସଂରକ୍ଷଣ କରି ରଖାଯିବା ଉଚିତ।

ସେହିପରି, ସ୍ବାସ୍ଥ୍ୟ କେନ୍ଦ୍ରମାନଙ୍କରେ ତରଳ ମେଡିକାଲ୍‌ ଅକ୍ସିଜେନ୍‌ ଟ୍ୟାଙ୍କ୍‌ ମହଜୁଦ ରଖାଯିବା ଉଚିତ। ଏହାଛଡ଼ା, ସେଗୁଡ଼ିକରେ ଅକ୍ସିଜେନ୍‌ ଭରିବା ନିମନ୍ତେ ନିରନ୍ତର ଯୋଗାଣ ବ୍ୟବସ୍ଥା ପ୍ରତି ମଧ୍ୟ ସୁନିଶ୍ଚିତ ହେବା ଜରୁରୀ।

ଯେଉଁ ସ୍ବାସ୍ଥ୍ୟ କେନ୍ଦ୍ରଗୁଡ଼ିକରେ ‘ପିଏସ୍‌ଏ ପ୍ଲାଣ୍ଟ୍‌’ ସ୍ଥାପନ କରାଯାଇଥିଲା, ସେଗୁଡ଼ିକ ପୂର୍ଣ୍ଣରୂପେ କାର୍ଯ୍ୟକ୍ଷମ ବୋଲି ମଧ୍ୟ ସୁନିଶ୍ଚିତ ହେବା ଆବଶ୍ୟକ। ସେସବୁର ରକ୍ଷଣାବେକ୍ଷଣ ଓ ମରାମତି ମଧ୍ୟ କରାଯିବା ଜରୁରୀ।

publive-image Image Courtesy of The New Indian Express

ସ୍ବାସ୍ଥ୍ୟ କେନ୍ଦ୍ରଗୁଡ଼ିକରେ ଯଥେଷ୍ଟସଂଖ୍ୟକ ଇଭେଣ୍ଟ୍ରି ଅକ୍ସଜେନ୍‌ ସିଲିଣ୍ଡର୍‌ ରଖିବା ସହ ସେଗୁଡ଼ିକ ଭରାଯାଇ ବ୍ୟବହାର ‌ପାଇଁ ପ୍ରସ୍ତୁତ ଅଛି ବୋଲି ସୁନିଶ୍ଚିତ ହୁଅନ୍ତୁ।

ଯୋଗାଇ ଦିଆଯାଇଥିବା ଅକ୍ସି‌ଜେନ୍‌ କନ୍‌ସେ‌ନ୍‌ଣ୍ଟ୍ରେଟର୍‌ଗୁଡ଼ିକ ପୂର୍ଣ୍ଣରୂପେ କାର୍ଯ୍ୟକ୍ଷମ ଅଛି ବୋଲି ସବୁ ଜିଲ୍ଲା ସୁନିଶ୍ଚିତ ରହିବା ଆବଶ୍ୟକ। ସେସବୁର ରକ୍ଷଣାବେକ୍ଷଣ ଓ ମରାମତି ମଧ୍ୟ କରାଯିବା ଜରୁରୀ।

ସେହିଭଳି, ଭେଣ୍ଟିଲେଟର୍‌, ବାଇପାପ୍, ଏସ୍‌ପିଓ୨ ସମେତ ଜୀବନ ରକ୍ଷାକାରୀ ଉପକରଣ ମହଜୁଦ ରଖାଯିବା ଆବଶ୍ୟକ।

ନିୟମାନୁସାରେ, ସମସ୍ତ ପ୍ରକାରର ସଂକ୍ରମଣ ପ୍ରତିରୋଧକାରୀ ଡିସିନ୍‌ଫେକସନ୍‌ ବ୍ୟବସ୍ଥା ମଧ୍ୟ ଚାଲୁ ରହିବା ଉଚିତ। ଅକ୍ସିଜେନ୍‌ ବ୍ୟବସ୍ଥା ଯୋଗାଣ ଓ ବ୍ୟବହାର କରାଇବା ପାଇଁ ଯଥେଷ୍ଟ ସଂଖ୍ୟକ ତାଲିମପ୍ରାପ୍ତ ମାନବ ସମ୍ବଳ ପ୍ରସ୍ତୁତ କରି ରଖାଯିବା ଉଚିତ। ଅକ୍ସିଜେନ୍‌ ସେବା ଯୋଗାଉଥିବା ଘରୋଇ ଡାକ୍ତରଖାନାଗୁଡ଼ିକ ସହ ଯୋଗସୂତ୍ର ରଖାଯିବା ଉଚିତ।

ଏହା ବ୍ୟତିରେକେ, ସମସ୍ତ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳରେ ଅକ୍ସିଜେନ୍‌ କଣ୍ଟ୍ରୋଲ୍‌ ରୁମ୍‌ ପରିଚାଳନା ଜୋରଦାର ହେବା ଆବଶ୍ୟକ ବୋଲି ଉକ୍ତ ପତ୍ରରେ ଉଲ୍ଲେଖ ଅଛି।