ଆଉ ଘୁଞ୍ଚିବନି ନିର୍ଭୟା ଦୋଷୀଙ୍କ ଫାଶୀ ତାରିଖ; ଫେବ୍ରୁଆରି ପହିଲାରେ ହେବ ଫାଶୀ

ନୂଆଦିଲ୍ଳୀ: ପାଖେଇ ଆସୁଛି ସୈତାନଙ୍କ ଶେଷ ସମୟ, ନ୍ୟାୟ ପାଇବ ନିର୍ଭୟା । ନିର୍ଭୟା ଗଣଦୁଷ୍କର୍ମ ଓ ହତ୍ୟା ମାମଲାର ୪ ଦୁଷ୍କର୍ମକାରୀଙ୍କ ଫାଶୀ ପାଇଁ ୭ ଦିନର ଡେଡଲାଇନ୍ ଦେବାକୁ ଆବେଦନ କଲା କେନ୍ଦ୍ର ଗୃହ ମନ୍ତ୍ରଣାଳୟ । ଖୁବ ଶୀଘ୍ର ଫାଶୀ ପାଇବେ ୪ ଦୁଷ୍କର୍ମକାରୀ ବିନୟ, ମୁକେଶ, ପବନ ଓ ଅକ୍ଷୟ ।

ନିର୍ଭୟା ଦୋଷୀଙ୍କୁ ଫାଶୀ ଖୁଂଟରେ ଝୁଲାଇବା ପାଇଁ ପୂର୍ବରୁ କୋର୍ଟଙ୍କ ନିର୍ଦ୍ଦେଶ ମିଳିସାରିଛି । କିନ୍ତୁ କୁହାଯାଉଥିଲା କ’ଣ ଫେବ୍ରୁଆରି ୧ ତାରିଖରେ ଦିଆଯାଇପାରିବ ଫାଶୀ? କ’ଣ ଫାଶୀ ସକାଳ ୬ଟାରେ ହିଁ ହେବ? ଆଜିଯାଏଁ ଆମେ କେବଳ କୋର୍ଟରୁ ତାରିଖ ପରେ ତାରିଖ ପାଇ ଆସୁଥିଲୁ।  ଫାଶୀକୁ ନେଇ ମଧ୍ୟ ତାରିଖ ପରେ ତାରିଖ  ମିଳିଚାଲିଛି। ଜଣେ ପରେ ଜଣେ ଅପରାଧୀ ଚାଲାକି କରି ପୁନର୍ବିଚାର ପାଇଁ ଆବେଦନ କରି ଚାଲିଛନ୍ତି। ପୂର୍ବରୁ ଜାନୁଆରି ୨୨ରେ ଫାଶୀ ତାରିଖ ସ୍ଥିର ହୋଇଥିବା ବେଳେ ତାହାକୁ ପୁଣି ଘୁଞ୍ଚାଯାଇ ଫେବ୍ରୁଆରି ପହିଲା କରାଯାଇଛି।

The Quint

ଅପରାଧୀମାନେ ଆଇନ୍‌ରେ ରହିଥିବା ବିଭିନ୍ନ ଗଳାବାଟର ସୁଯୋଗ ନେଇ ଦଣ୍ଡାଦେଶର କାର୍ଯ୍ୟକରିତାରେ ଯେପରି ଅହେତୁକ ବିଳମ୍ବ ଘଟାଉଛନ୍ତି ସେଥିରେ ଗଭୀର ଉଦ୍‌ବେଗ ପ୍ରକାଶ କରିଛନ୍ତି କେନ୍ଦ୍ର ସରକାର। ଏହି ପରିପ୍ରେକ୍ଷୀରେ ମୃତ୍ୟୁ ଦଣ୍ଡାଦେଶର ପୁନର୍ବିଚାର ପାଇଁ କରା ଯାଉଥିବା ଆବେଦନର ବିଚାର ଶୀର୍ଷ ଅଦାଲତଙ୍କ ଦ୍ୱାରା କରାଯାଇ ଚୂଡ଼ାନ୍ତ ରାୟ ପ୍ରକାଶ ପାଇଯିବା ପରେ ଦୋଷୀଙ୍କ ପକ୍ଷରୁ ଆଉ ଥରେ ‘କ୍ୟୁରେଟିଭ୍‌ ପିଟିସନ’ ଆଗତ ପାଇଁ ଯେଉଁ ପ୍ରାବଧାନ ରହିଛି, ସେଥିପାଇଁ ନିର୍ଦ୍ଦିଷ୍ଟ ସମୟ ସୀମା ଧାର୍ଯ୍ୟ କରିବା ପାଇଁ ଆବେଦନ କରି କେନ୍ଦ୍ର ସରକାରଙ୍କ ପକ୍ଷରୁ ଆଜି ସୁପ୍ରିମ୍‌ କୋର୍ଟରେ ଏକ ଯାଚିକା ଆଗତ ହୋଇଛି।

ଉଲ୍ଲେଖଯୋଗ୍ୟ, ତିହାର ଜେଲରେ ନିଜ ମୃତ୍ୟୁକୁ ଅପେକ୍ଷା କରିଛନ୍ତି ୨୦୧୨ ମସିହାର ଲୋମଟଙ୍କୁରା ନିର୍ଭୟା ଗଣଦୁଷ୍କର୍ମର ୪ ଦୋଷୀ | ପ୍ରଥମେ ଜାନୁୟାରି ୨୨(ଆଜି) ତାରିଖ ସକାଳ ୭ଟାରେ ଫାଶୀ ଦେବାକୁ ଡେଥ୍  ୱାରେଣ୍ଟ ବା ମୃତ୍ୟୁ ପରୱାନା ଜାରି କରାଯାଇଥିଲା | କିନ୍ତୁ ପରେ ଦିଲ୍ଲୀର ଏକ କୋର୍ଟ ଦୋଷୀଙ୍କ ଫାଶୀ ଦଣ୍ଡକୁ ଘୁଞ୍ଚାଇଦେଇଥିଲେ | ଏହା ପରେ ଫେବ୍ରୁଆରି ୧ ତାରିଖ ଦିନ ଫାଶୀ ଦିଆଯିବା ନେଇ ତାରିଖ ସ୍ଥିର କରାଯାଇଛି  | ଅନ୍ୟତମ ଦୋଷୀ ପୱନ୍ ଗୁପ୍ତାର ସ୍ବତନ୍ତ୍ର ଲିଭ ପିଟିସନ୍ ସୁପ୍ରିମକୋର୍ଟ ଖାରଜ କରିବା ପରେ ଓ ଦୋଷୀ ମୁକେଶ କୁମାରର ରାଜକ୍ଷମା ଆବେଦନ ରାଷ୍ଟ୍ରପତି ନାକଚ କରିବା ପରେ ଫେବ୍ରୁଆରି ପହିଲାରେ ଫାଶୀ ହେବ ବୋଲି ଆଶା କରାଯାଉଛି।

ସମ୍ବନ୍ଧିତ ଖବର