ନୂଆଦିଲ୍ଲୀ: ସଂସଦରେ ବିରୋଧୀଙ୍କ ପ୍ରବଳ ହଙ୍ଗାମା ଭିତରେ ଆଗତ ହେଲା ୩ଟି ବିଲ୍ । ଲୋକସଭାରେ ୩ଟି ସଂଶୋଧନ ବିଲକୁ ଆଗତ କରିଛନ୍ତି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ । ୧୩୦ତମ ସମ୍ବିଧାନ ସଂଶୋଧନ ବିଲ୍-୨୦୨୫ ଆଗତ । କେନ୍ଦ୍ରଶାସିତ ଅଞ୍ଚଳ ସରକାର ସଂଶୋଧନ ବିଲ୍-୨୦୨୫ ଆଗତ ଏବଂ ଜମ୍ମୁକାଶ୍ମୀର ପୁନର୍ଗଠନ ବିଲ୍- ୨୦୨୫ ଆଗତ କରିଛନ୍ତି ଅମିତ ଶାହ । ୩ଟି ବିଲ୍ ଆଗତ କରିବା ପରେ ବିଲ ଗୁଡ଼ିକୁ ଜେପିସିକୁ ପଠାଇବାକୁ ଶାହ ପ୍ରସ୍ତାବ ଦେଇଥିଲେ ।
Union Home Minister Amit Shah tables in Lok Sabha the Constitution (One Hundred and Thirtieth Amendment) Bill, 2025, Government of Union Territories (Amendment) Bill, 2025, Jammu and Kashmir Reorganisation (Amendment) Bill, 2025 pic.twitter.com/cdRMWgViVf
— ANI (@ANI) August 20, 2025
ତେବେ ବିଲ୍ ଆଗତ ବେଳେ ବିରୋଧୀଙ୍କ ଉପରେ ବର୍ଷି ଶାହ କହିଛନ୍ତି- ମୁଁ ଯେତେବେଳେ ମିଛ ମାମଲାରେ ଜେଲ ଯାଇଥିଲି ସେତେବେଳେ ନୈତିକତା ଦୃଷ୍ଟିରୁ ପଦରୁ ଇସ୍ତଫା ଦେଇଥିଲି । ଆମେ ଏତେ ନିର୍ଲଜ ନୋହୁଁ, ମୁଁ ଚାହୁଁଛି ନୈତିକତାର ମୂଲ୍ୟ ବୃଦ୍ଧି ପାଉ । ଯେଉଁ ନେତା ମନ୍ତ୍ରୀ, ମୁଖ୍ଯମନ୍ତ୍ରୀ, ପ୍ରଧାନମନ୍ତ୍ରୀ ଅପରାଧିକ ମାମଲାରେ ୩୦ ଦିନରୁ ଅଧିକ ଜେଲ ଯାଇଥିଲେ ତାଙ୍କ ପଦ ଯିବ । ୩ଟି ବିଲ୍ ଆଗତ ବେଳେ ବିରୋଧୀ ହୋହଲ୍ଲା କରିଥିଲେ । ଗୃହକୁ ୩ଟା ଯାଏଁ ମୁଲତବୀ ରଖାଯାଇଛି ।
Home Minister @AmitShah introduces following 3 bills in LokSabha
— SansadTV (@sansad_tv) August 20, 2025
1. The Constitution (One Hundred & Thirtieth Amendment) Bill, 2025.
2. The Government of Union Territories (Amendment) Bill, 2025.
3. The Jammu & Kashmir Reorganisation (Amendment) Bill, 2025 pic.twitter.com/zNSM7sP6Q2
ତେବେ ଦାଗୀ ନେତାଙ୍କୁ ପାନେ ଦେବାକୁ ଏବଂ ସେମାନଙ୍କ ପଦର ଅପବ୍ଯବହାରକୁ ନେଇ ବିଲ୍ ଆଗତ ହୋଇଛି । ବିଲର ପ୍ରାବଧାନ ଅନୁସାରେ ଏଣିକି ନେତା ହୁଅନ୍ତୁ କି ମନ୍ତ୍ରୀ ଅବା ହୁଅନ୍ତୁ ମୁଖ୍ୟମନ୍ତ୍ରୀ କି ପ୍ରଧାନମନ୍ତ୍ରୀ । ଅପରାଧରେ ଲିପ୍ତ ଥିଲେ କିମ୍ବା ଅପରାଧିକ ମାମଲାରେ ମାସେରୁ ଅଧିକ ଜେଲ ଯାଇଥିଲେ ସେମାନଙ୍କୁ ନିସ୍ତାର ଦିଆଯିବନି । ଜେଲରେ ଥିଲେ ବି ସେମାନଙ୍କ ପଦ ସେମିତି ସୁରକ୍ଷିତ ରହିବନି । ଏଣିକି ଜେଲରେ ମାସେରୁ ଅଧିକ ରହିଲେ ସେମାନଙ୍କ ପଦବୀ ବିପଦରେ ପଡିବ । ସେମାନଙ୍କୁ ସେମାନଙ୍କ ପଦ ହରାଇବାକୁ ପଡ଼ିବ । ୩୦ ଦିନରୁ ଅଧିକ ଜେଲ୍ରେ ରହିଲେ ଯିବ ସେମାନଙ୍କ ଆସନ ।
ଯଦି ନେତା ୩୦ରୁ ଦିନ ଅଧିକ ଜେଲ୍ରେ ରୁହନ୍ତି କିମ୍ବା ସେମାନଙ୍କୁ ଅତି କମ୍ରେ ୫ ବର୍ଷ ଜେଲ୍ ଦଣ୍ଡ ହୁଏ, ତାହାଲେ ସେହି ନେତାଙ୍କୁ ତାଙ୍କ ପଦରୁ ବହିଷ୍କାର କରାଯିବ । ଦିଲ୍ଲୀର ପୂର୍ବତନ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ୬ ମାସ ଓ ତାମିଲନାଡୁ ମୁଖ୍ୟମନ୍ତ୍ରୀ ଏମ୍. କେ ଷ୍ଟାଲିନ୍ ୨ ମାସ ଜେଲ୍ରେ ରହିଥିଲେ ବି ନିଜ ପଦରୁ ଇସ୍ତଫା ଦେଇନଥିଲେ । ବୋଧହୁଏ ସେହି ଘଟଣାରୁ ବିଲରେ ସଂଶୋଧନ ଆଣିବାର ଆଇଡିଆ ମିଳିଥାଇପାରେ ବୋଲି କୁହାଯାଉଛି ।