କୋଭିଡ ସମୟରେ ‘ଅନ୍‌ଲାଇନ୍‌ ଅଧ୍ୟୟନ’ ପୁସ୍ତିକା ଉନ୍ମୋଚିତ

ନୂଆଦିଲ୍ଲୀ : କୋଭିଡ-୧୯ ମହାମାରୀ ସମୟରେ ନିରାପଦ ଅନଲାଇନ ଶିକ୍ଷାଦାନକୁ ଦୃଷ୍ଟିରେ ରଖି କେନ୍ଦ୍ର ମାନବ ସମ୍ବଳ ବିକାଶ ମନ୍ତ୍ରୀ ରମେଶ ପୋଖରିଆଲ ‘ନିଶଙ୍କ’ ଏକ ତଥ୍ୟଭିତ୍ତିକ ପୁସ୍ତିକା ଉନ୍ମୋଚନ କରିଛନ୍ତି । ଆଜି ନୂଆଦିଲ୍ଲୀଠାରେ ଉନ୍ମୋଚିତ ଏହି ପୁସ୍ତିକା ବିଦ୍ୟାର୍ଥୀ ଓ ଶିକ୍ଷକଙ୍କ ମଧ୍ୟରେ ନିରାପଦ ଶିକ୍ଷାଦାନ ବ୍ୟବସ୍ଥାକୁ ସୁନିଶ୍ଚିତ କରିବ ।ଏନ୍‌ସିଆରଟି ଏବଂ ନୂଆଦିଲ୍ଲୀସ୍ଥିତ ୟୁନେସ୍କୋ କାର୍ଯ୍ୟାଳୟ ପକ୍ଷରୁ ଏହି ପୁସ୍ତିକା ଉନ୍ମୋଚନ କରାଯାଇଛି। ଏହି ପୁସ୍ତିକା ଶିକ୍ଷାର୍ଥୀମାନଙ୍କୁ ଅନଲାଇନ ଶିକ୍ଷାଦାନ ସହ ଇଣ୍ଟରନେଟର ନିରାପଦ ଶିକ୍ଷାଦାନ ଉପରେ ଦିଗଦର୍ଶନ ଦେବ। ଏହି ପୁସ୍ତକ ଉନ୍ମୋଚନ କରି ଶ୍ରୀ ପୋଖରିଆଲ କହିଛନ୍ତି ଯେ, କୋଭିଡ-୧୯ ପରିସ୍ଥିତି ଦୃଷ୍ଟିରୁ ଅନଲାଇନ ଓ ଦୂର ନିରନ୍ତର ଶିକ୍ଷାଦାନର ମହତ୍ବ ବୃଦ୍ଧି ପାଇଛି। ଅନଲାଇନ ପ୍ଲାଟଫର୍ମର ବ୍ୟବହାର କରି ଉଭୟ ଶିକ୍ଷକ ଓ ଶିକ୍ଷାର୍ଥୀ ଏହାର ଉପଯୋଗ କରୁଛନ୍ତି। ’

ଏନସିଆରଟିର ନିର୍ଦ୍ଦେଶକ ପ୍ରଫେସର ହୃଷୀକେଶ ସେନାପତି କହିଛନ୍ତି ଯେ, ‘ ଅନଲାଇନ ନିରାପତ୍ତା ଓ ସାଇବର ନିର୍ଯାତନାର ନିରାକରଣ ବିନା ଆମର ଶିକ୍ଷା ପଦ୍ଧତିରେ କରାଯାଇଥିବା ଆର୍ଥିକ ବିନିଯୋଗର କୌଣସି ମୂଲ୍ୟ ରହିବ ନାହିଁ।’

ସମ୍ବନ୍ଧିତ ଖବର