ମିଥ୍ୟା ଖବର ପାଇଁ ୬ଟି କାର୍ଯ୍ୟାନୁଷ୍ଠାନ, ସସ୍ମିତଙ୍କ ପ୍ରଶ୍ନର ଉତ୍ତର ରଖିଲେ କେନ୍ଦ୍ରମନ୍ତ୍ରୀ

ନୂଆଦିଲ୍ଲୀ : ମିଥ୍ୟା ଖବର ପରିବେଷଣ କରିଥିବା ମୁଦ୍ରିତ ଓ ବୈଦ୍ୟୁତିକ ଗଣମାଧ୍ୟମ ବିରୋଧରେ ୨୦୨୦ ଜାନୁଆରିରୁ ୨୦୨୧ ମଧ୍ୟରେ ୬ଟି ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି। ବିଜେଡି ସାଂସଦ ସସ୍ମିତ ପାତ୍ରଙ୍କ ପ୍ରଶ୍ନର ଉତ୍ତରରେ ଏହା କହିଛନ୍ତି କେନ୍ଦ୍ରମନ୍ତ୍ରୀ ପ୍ରକାଶ ଜାଭଡେକର । ପ୍ରେସ କାଉନ୍‌ସିଲ୍‌ ଅଫ୍ ଇଣ୍ଡିଆର (ପିସିଆଇ) ତଥ୍ୟ ଆଧାରରେ ସେ ଏହି ସୂଚନା ପ୍ରଦାନ କରିଥିବା କହିଛନ୍ତି।

ଆଜି ରାଜ୍ୟସଭାରେ ଏହି ପ୍ରସଙ୍ଗ ଉତ୍‌ଥାପନ କରିଥିଲେ ସାଂସଦ ଶ୍ରୀ ପାତ୍ର। ଏଥିସହିତ, ସେ ମୁଦ୍ରିତ ଏବଂ ବୈଦ୍ୟୁତିକ ଗଣମାଧ୍ୟମ ପ୍ରସାରଣ କରୁଥିବା ମିଥ୍ୟା ଖବର ସଂଖ୍ୟା ହ୍ରାସ କରାଇବା ଦିଗରେ ମନ୍ତ୍ରାଳୟ ପକ୍ଷରୁ କି ପଦକ୍ଷେପ ଗ୍ରହଣ କରାଯାଇଛି, ଜାଣିବାକୁ ଚାହିଁଥିଲେ। ଏହାର ଉତ୍ତରରେ କେନ୍ଦ୍ରମନ୍ତ୍ରୀ କହିଥିଲେ ଯେ, ,ଗଣମାଧ୍ୟମମାନଙ୍କ ଲାଗି ୧୯୭୮ ମସିହା‌େର ‘ପ୍ରେସ୍‌ କାଉନ୍‌ସିଲ୍‌ ଆକ୍ଟ୍‌’ ସାମ୍ବାଦିକୀୟ ଆଚରଣ ନିୟମ ପ୍ରଣୟନ କରାଯାଇଛି। ଏହାକୁ ଉଲ୍ଲଂଘନ କଲେ ‘ପିସିଆଇ’ ସମ୍ପୃକ୍ତ ଗଣମାଧ୍ୟମ ବିରୋଧରେ ବିହୀତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାର ବ୍ୟବସ୍ଥା ରହିଛି। ସେହିପରି, କେବୁଲ୍‌ ଟେଲିଭିଜନ୍‌ ନେଟ୍‌ଓ୍ଵାର୍କ ପାଇଁ ୧୯୯୫ରେ ନିୟମ ପ୍ରଣୟନ କରାଯାଇଛି। ପ୍ରେସ୍‌ ଇନ୍‌ଫର୍ମେସନ୍‌ ବ୍ୟୁରୋ ଅଧୀନରେ ଏକ ‘ଫ୍ୟାକ୍ଟ୍‌ ଚେକ୍‌ ୟୁନିଟ୍‌’ ଗଠନ କରାଯାଇଛି। ଏହି ୟୁନିଟ ଆପଣାଛାଏଁ ଏବଂ ନାଗରିକମାନେ ଅନୁସନ୍ଧାନ କରୁଥିବା ‘ମିଥ୍ୟା ଖବର’ ସଂକ୍ରାନ୍ତରେ ବୁଝାବୁଝି କରେ ବୋଲି କେନ୍ଦ୍ରମନ୍ତ୍ରୀ କହିଛନ୍ତି।

ସମ୍ବନ୍ଧିତ ଖବର