‘ଟେରିଟରିୟାଲ୍‌ ଆର୍ମି’ର କ୍ୟାପ୍‌ଟେନ୍‌ ଭାବେ ନିଯୁକ୍ତି ପାଇଲେ କେନ୍ଦ୍ରମନ୍ତ୍ରୀ ଅନୁରାଗ ଠାକୁର

ନୂଆଦିଲ୍ଲୀ: ବୁଧବାର ଦିନ କେନ୍ଦ୍ରମନ୍ତ୍ରୀ ଅନୁରାଗ ଠାକୁର ‘ଟେରିଟରିୟାଲ୍‌ ଆର୍ମି’ର କ୍ୟାପ୍‌ଟେନ୍‌ ଭାବେ ନିଯୁକ୍ତି ପାଇଛନ୍ତି। ସାଂସଦ ଥିବା ଅବସ୍ଥାରେ ଏଭଳି ପଦବୀରେ ନିଯୁକ୍ତି ପାଇବାରେ ସେ ହେଉଛନ୍ତି ପ୍ରଥମ ବ୍ୟକ୍ତି।

ପ୍ରାପ୍ତ ସୂଚନା ଅନୁସାରେ, ହିମାଚଳ ପ୍ରଦେଶର ହାମିପୁରରୁ ବିଜେପି ସାଂସଦ ଭାବେ ଚାରି ଥର ବିଜୟୀ ହୋଇଥିବା ଠାକୁରଙ୍କୁ ଜୁଲାଇ ୨୦୧୬ରେ ଚିଫ୍‌ ଅଫ୍‌ ଆର୍ମି ଷ୍ଟାଫ୍‌ (ସିଓଏଏସ୍‌) ଜେନେରାଲ୍‌ ଦଲବୀର ଏସ୍‌ ସୁହାଗ ଜଣେ ଲେଫ୍‌ଟ୍‌ନାଣ୍ଟ୍‌ ଭାବେ ନିଯୁକ୍ତି ଦେଇଥିଲେ। ଏବେ ଠାକୁରଙ୍କୁ ୧୨୪ ଶିଖ୍‌ ରେଜିମେଣ୍ଟ୍‌ର କ୍ୟାପ୍‌ଟେନ୍‌ ଭାବେ ପଦୋନ୍ନତି ମିଳିଛି।

Image Courtesy of OneIndia

ଠାକୁର କହନ୍ତି, ତାଙ୍କ ଜେଜେ ଓ ଜେଜେଙ୍କ ବାପା ମଧ୍ୟ ସେନାବାହିନୀରେ କାର୍ଯ୍ୟ କରିଥିଲେ। ସେ ଆହୁରି ମଧ୍ୟ କହିଛନ୍ତି, ସଶସ୍ତ୍ରବାହିନୀରେ କାର୍ଯ୍ୟ କରିବାର ପୁରୁଣା ପରମ୍ପରା ଥିବା ଦେବଭୂମି ହିମାଚଳର ବାସିନ୍ଦା ମୁଁ। ମୋ ପୂର୍ବଜମାନଙ୍କର ଏହି ଦାୟିତ୍ୱ ବହନ କରି ମୁଁ ଆନନ୍ଦିତ। ‘ୟୁନିଫର୍ମ’ ପରିଧାନ କରିବା ପାଇଁ ଏଇଟା ଏକ ଅବସର।

ସେ ପୁଣି କହିଛନ୍ତି, ଜଣେ ସାଂସଦ ଭାବେ ସମାଜ ସେବା କରିବା ତାଙ୍କ ପାଇଁ ଗୌରବର କଥା।

ତା’ଛଡ଼ା, ‘ଟେରିଟରିଆଲ୍‌ ଆର୍ମି’ର ତାଙ୍କ ରେଜିମେଣ୍ଟ୍‌ରୁ ଡାକରା ଆସିଲେ ଦେଶ ସେବା କରିବାକୁ ମଧ୍ୟ ସେ ପ୍ରସ୍ତୁତ ଅଛନ୍ତି ବୋଲି କହିଛନ୍ତି।
ଚଣ୍ଡିଗଡ଼ରେ ହୋଇଥିବା ‘ଏସ୍‌ଏସ୍‌ବି’ ପରୀକ୍ଷା ଓ ବ୍ୟକ୍ତିଗତ ସାକ୍ଷାତ୍‌କାରରେ ଉତ୍ତୀର୍ଣ୍ଣ ହୋଇ ଠାକୁର ସେନାରେ ଯୋଗ ଦେଇଥିଲେ।

ସମ୍ବନ୍ଧିତ ଖବର