ବାରିପଦା: କେନ୍ଦ୍ର ଜଳ ସମ୍ପଦ ଓ ଆଦିବାସୀ କଲ୍ୟାଣ ରାଷ୍ଟ୍ର ମନ୍ତ୍ରୀ ତଥା ମୟୂରଭଞ୍ଜ ସାଂସଦ ବିଶ୍ଵେଶ୍ଵର ଟୁଡୁ ଗତକାଲି ଜିଲ୍ଲାରେ ରେଳ ଭିତ୍ତିଭୂମିର ବିକାଶ ନେଇ ରେଳମନ୍ତ୍ରୀ ଅଶ୍ଵିନୀ ବୈଷ୍ଣବଙ୍କୁ ଭେଟି ଆଲୋଚନା କରିଛନ୍ତି। ବାଙ୍ଗିରିପୋଷି-ଗୋରୁମହିଷାଣି, ବୁଡ଼ାମରା-ଚାକୁଳିଆ, ବାଦାମପାହାଡ଼-କେନ୍ଦୁଝର ରେଳପଥର ବର୍ତ୍ତମାନର ସ୍ଥିତି ଏବଂ ଅଗ୍ରଗତି ସମ୍ପର୍କରେ ଆଲୋଚନା କରିବା ସହିତ ଏକ ଦାବିପତ୍ର ମଧ୍ୟ ପ୍ରଦାନ କରିଛନ୍ତି।
ବାଙ୍ଗିରିପୋଷି - ଗୋରୁମହିଷାଣି ରେଳପଥ ପାଇଁ ସର୍ଭେ ସରି ତାର ରିପୋର୍ଟ୍ ପ୍ରଦାନ କରି ରେଳପଥ ନିର୍ମାଣ ପାଇଁ ଅର୍ଥ ବରାଦ ହୋଇଥିଲେ ମଧ୍ୟ କିଛି ସମସ୍ୟା କାରଣରୁ ତାହା ଏ ପର୍ଯ୍ୟନ୍ତ ତାହା କାର୍ଯ୍ୟକାରୀ ହୋଇ ପାରିନାହିଁ। ତେଣୁ ସେଥିରେ ଉପୁଜିଥିବା ସମସ୍ୟାର ସମାଧାନ ପାଇଁ କେନ୍ଦ୍ରମନ୍ତ୍ରୀ ଶ୍ରୀ ଟୁଡୁ ରେଳମନ୍ତ୍ରୀଙ୍କ ସହ ଆଲୋଚନା କରିଥିଲେ । ସେହିପରି ବୁଡ଼ାମରା - ଚାକୁଳିଆ ରେଳପଥ ନିର୍ମାଣ ପାଇଁ ଥିବା ପ୍ରତିବନ୍ଧକ ଏବଂ ବାଦାମପାହାଡ଼ - କେନ୍ଦୁଝର ରେଳପଥ ବର୍ତ୍ତମାନ ଟାଟା - ବାଦାମପାହାଡ଼ ପର୍ଯ୍ୟନ୍ତ ଥିଲେ ମଧ୍ୟ ଜନସାଧାରଣଙ୍କ ଆବଶ୍ୟକତା ତତ୍ ସହିତ ସେ ଅଞ୍ଚଳର ଜନସାଧାରଣ ମଧ୍ୟ ବାରମ୍ବାର ଦାବି କରି ଆସୁଛନ୍ତି । ତେଣୁ ବାଦାମପାହାଡ ଠାରୁ କେନ୍ଦୁଝର (୮୦ କି.ମି ଦୂରତା) ନୂତନ ରେଳପଥ ନିର୍ମାଣ କରିବା ପାଇଁ କେନ୍ଦ୍ରମନ୍ତ୍ରୀ ଶ୍ରୀ ଟୁଡୁ ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କ ସହିତ ଅଲୋଚନା କରିଛନ୍ତି। ମୟୂରଭଞ୍ଜର ରେଳ ବିକାଶ ନିମନ୍ତେ ଥିବା ସମସ୍ୟାର ସମାଧାନ କରି କାର୍ଯ୍ୟାରମ୍ଭ କରିବା ପାଇଁ ଚେଷ୍ଟା କରିବେ ବୋଲି ରେଳମନ୍ତ୍ରୀ ପ୍ରତିଶ୍ରୁତି ଦେଇଥିବା ଜଣାପଡ଼ିଛି।
ମୟୂରଭଞ୍ଜରେ ରେଳ ଭିତ୍ତିଭୂମିର ବିକାଶ ନେଇ ରେଳମନ୍ତ୍ରୀଙ୍କୁ ଭେଟିଲେ କେନ୍ଦ୍ରମନ୍ତ୍ରୀ ବିଶ୍ଵେଶ୍ଵର ଟୁଡୁ
/sambad/media/post_attachments/wp-content/uploads/2021/09/mayur-1.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)