ନୂଆଦିଲ୍ଲୀ/ଭୁବନେଶ୍ୱର: କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଓ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଚନ୍ଦ୍ରପୃଷ୍ଠରେ ଚନ୍ଦ୍ରଯାନ-୩ର ସଫଳ ଅବତରଣ ନେଇ ଖୁସି ପ୍ରକାଶ କରିବା ସହ ଇସ୍ରୋ ସମେତ ଦେଶର ବୈଜ୍ଞାନିକ ସମୂହ ଓ ଦେଶବାସୀଙ୍କୁ ଅଭିନନ୍ଦନ ଜଣାଇଛନ୍ତି ।
ଶ୍ରୀ ପ୍ରଧାନ କହିଛନ୍ତି ଯେ ଅମୃତକାଳର ପ୍ରାରମ୍ଭରେ ଏହା ଅବିସ୍ମରଣୀୟ ଉପଲବ୍ଧି । ଚନ୍ଦ୍ରଯାନ-୩ର ଐତିହାସିକ ଉପଲବ୍ଧିକୁ ସମଗ୍ର ଭାରତବର୍ଷ ଉତ୍ସାହର ସହ ପାଳନ କରୁଛି । ନରେନ୍ଦ୍ର ମୋଦି ଜଣେ ପ୍ରଧାନମନ୍ତ୍ରୀ ସହ ଜଣେ ନାଗରିକ ମଧ୍ୟ । ସେ ଚନ୍ଦ୍ରଯାନ-୩ ଖବର ସହ ପ୍ରତିଟି ମୁହୂର୍ତ୍ତରେ ଯୋଡି ହୋଇ ରହିଥିଲେ । ପ୍ରଧାନମନ୍ତ୍ରୀ ଯେଉଁଠାରେ ବି ରୁହନ୍ତୁ ଏକ ପରିବାରର ସଦସ୍ୟ ଭଳି ଦେଶ ଏବଂ ଦେଶର ଜନତାଙ୍କ ସାଥୀରେ ରହିଥାନ୍ତି । ଏହି ଗୌରବମୟ ଉପଲବ୍ଧି ଅବସରରେ ବୈଜ୍ଞାନିକଙ୍କ ମନୋବଳ ବଢାଇଥିବାରୁ ପ୍ରଧାନମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇଛନ୍ତି ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2023/08/f762a8e6-8857-4028-99ce-8a42605c4748.jpg)