ଭୁବନେଶ୍ବର: ତାଳଚେର-ବିମଳାଗଡ଼ ରେଳ ପ୍ରକଳ୍ପର ସଂଯୋଗୀକରଣ କାମ ଜୋରସୋରରେ ଆଗେଇ ଚାଲିଛି। ଏଥିପାଇଁ ସୁନାଖଣି ଓ ସମଲ ଷ୍ଟେସନ ମଧ୍ୟରେ ଥିବା ବାରୁଅଁ ପାହାଡ଼ରେ ରେଳପଥ ପାଇଁ ୮୪୦ ମିଟର ସୁଡ଼ଙ୍ଗ ଖୋଳା କାମ ଶେଷ ପର୍ଯ୍ୟାୟରେ ପହଞ୍ଚିଛି। ଟୁଇଟ୍ କରି ଏହି ସୂଚନା ଦେଇଛନ୍ତି କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ।
ଓଡ଼ିଶାରେ ରେଳ କାର୍ଯ୍ୟର ବିକାଶକୁ ପ୍ରାଥମିକତା ଦେଇ ରାଜ୍ୟବାସୀଙ୍କ ପାଞ୍ଚ ଦଶନ୍ଧୀର ଦାବୀକୁ ପୂରଣ କରିବା ଦିଗରେ ସମସ୍ତ ବାଧାବିଘ୍ନକୁ ହଟାଇବା ପାଇଁ ନିରନ୍ତର କାର୍ଯ୍ୟ କରୁଥିବାରୁ ପ୍ରଧାନମନ୍ତ୍ରୀ @narendramodi ଜୀ ଓ ରେଳ ମନ୍ତ୍ରୀ @AshwiniVaishnaw ଙ୍କୁ ଧନ୍ୟବାଦ । #Infra4India
— Dharmendra Pradhan (@dpradhanbjp) November 28, 2021
ଟୁଇଟରେ ସୁଡଙ୍ଗ ଖୋଳାର ଏକ ଭିଡିଓ ପୋଷ୍ଟ କରି ଧର୍ମେନ୍ଦ୍ର ଲେଖିଛନ୍ତି, ମୋଦୀ ସରକାରଙ୍କ ନେତୃତ୍ୱରେ ଓଡ଼ିଶାରେ ରେଳ ଯୋଗାଯୋଗର କାମ ତ୍ୱରାନ୍ୱିତ ହୋଇଛି। ରାଜ୍ୟବାସୀଙ୍କ ୫ ଦଶନ୍ଧିର ଦାବି ପୂରଣ ପାଇଁ ସମସ୍ତ ବାଧାବିଘ୍ନକୁ ହଟାଉଥିବା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କୁ ଧନ୍ୟବାଦ ଦେଇଛନ୍ତି କେନ୍ଦ୍ର ଶିକ୍ଷାମନ୍ତ୍ରୀ।୯୨୮ କୋଟି ଟଙ୍କା ବ୍ୟୟରେ ୧୪୯ ଦଶମିକ ୭୮ କିଲୋମିଟର ରେଳପଥ ପ୍ରକଳ୍ପ ଓଡିଶାର ଖଣି ଅଞ୍ଚଳରେ ସଂଯୋଗ ହେବ । ଫଳରେ ରାଉରକେଲା ଓ ତାଳଚେର ମଧ୍ୟରେ ଦୂରତା କମିବ ଓ ରାଜ୍ୟର ଅର୍ଥନୀତିକୁ ଗତି ଦେବ ବୋଲି ଟୁଇଟରେ ଲେଖିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ।