୫ ଦିନିଆ ବିଦେଶ ଗସ୍ତ‌େର କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ

ତିନି ରାଷ୍ଟ୍ର ସହ ତୈଳ, ଗ୍ୟାସ ଓ ଇସ୍ପାତ କ୍ଷେତ୍ରରେ ସହଯୋଗ ନେଇ ଆଲୋଚନା କରିବେ
୮ତମ ଏସିଆନ ମିନିଷ୍ଟେରିଆଲ୍ ଏନର୍ଜି ରାଉଣ୍ଡଟେବୁଲ (ଏଏମଇଆର୍)ରେ ଯୋଗଦେବାର କାର୍ଯ୍ୟକ୍ରମ

ନୂଆଦିଲ୍ଲୀ/ଭୁବନେଶ୍ୱର : କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଭାରତର ତୈଳ, ଗ୍ୟାସ ଓ ଇସ୍ପାତ କ୍ଷେତ୍ରର ଏକ ବ୍ୟାବସାୟିକ ପ୍ରତିନିଧି ମଣ୍ଡଳୀ ସହ ଉପସାଗରୀୟ ଦେଶ ସାଉଦିଆରବ, ୟୁଏଇ ଏବଂ କତାର ଗସ୍ତରେ ଯାଇଛନ୍ତି। ସେପ୍ଟମ୍ବର ୭ରୁ ସେପ୍ଟେମ୍ବର ୧୨ ପର୍ଯ୍ୟନ୍ତ ପାଂଚଦିନିଆ ଗସ୍ତରେ ସେ ଏହି ତିନି ଦେଶ ସହ ତୈଳ, ଗ୍ୟାସ ଓ ଇସ୍ପାତ କ୍ଷେତ୍ରରେ ଆଲୋଚନା କରିବେ। ଏଥିସହିତ, ଆସନ୍ତା ୧୩ ତାରିଖରେ ଆବୁଧାବିଠାରେ ଅନୁଷ୍ଠିତ ହେବାକୁ ଥିବା ୮ତମ ଏସିଆନ ମିନିଷ୍ଟେରିଆଲ୍ ଏନର୍ଜି ରାଉଣ୍ଡଟେବୁଲ (ଏଏମଇଆର୍)ରେ ମଧ୍ୟ ଯୋଗଦେବାର କାର୍ଯ୍ୟକ୍ରମ ରହିଛି। ଏହି କାର୍ଯ୍ୟକ୍ରମ ୟୁଏଇ ଓ ଭାରତର ମିଳିତ ସହଯୋଗରେ କରାଯାଉଛି।

ସୂଚନା ଅନୁସାରେ, ସାଉଦିଆରବରେ କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ ଶକ୍ତିମନ୍ତ୍ରୀ ଏଚ.ଇ ଖଲିଦ ଏବଂ ଅଲ୍-ଫଲ୍ଲି ଓ ସାଉଦିଆରବର ତୈଳ କମ୍ପାନୀ ଅରାମକୋର ବରିଷ୍ଠ ଅଧିକାରୀଙ୍କ ସହ ଆଲୋଚନା କରିବାର କାର୍ଯ୍ୟକ୍ରମ ରହିଛି। ଏହି ବୈଠକରେ ଶ୍ରୀ ପ୍ରଧାନ ହାଇଡ୍ରୋକାର୍ବନ କ୍ଷେତ୍ରରେ ସାଉଦିଆରବର ସହଯୋଗ ପାଇଁ ଆଲୋଚନା କରିବେ।

ସେହିପରି ୟୁଏଇ ଗସ୍ତରେ ଶ୍ରୀ ପ୍ରଧାନ ୟୁଏଇର ଶକ୍ତି ଏବଂ ଶିଳ୍ପ ମନ୍ତ୍ରୀ ଏଚ.ଇ ସୁହାଲି ମହମ୍ମଦ ଫରାଜ ଅଲ୍ମଜ୍ରୌଇ ଏବଂ ରାଷ୍ଟ୍ରମନ୍ତ୍ରୀ ତଥା ଏଡିଏନଓସି ଗ୍ରୁପର ଅଧ୍ୟକ୍ଷ ସୁଲତାନ୍ ଅହମ୍ମଦ ଅଲ୍ ଜାବେରଙ୍କୁ ସାକ୍ଷାତ୍ କରି ଭାରତ-ୟୁଏଇ ଋଣନୈତିକ ବୁଝାମଣା ଏବଂ ହାଇଡ୍ରୋକାର୍ବନ ଓ ଇସ୍ପାତ କ୍ଷେତ୍ର ସମ୍ବନ୍ଧରେ ମଧ୍ୟ ଆଲୋଚନା କରିବେ। ଏତଦ୍‌ବ୍ୟତୀତ ୮ତମ ଏସିଆନ ମିନିଷ୍ଟେରିଆଲ୍ ଏନର୍ଜି ରାଉଣ୍ଡଟେବୁଲ (ଏଏମଇଆର୍)ରେ କାର୍ଯ୍ୟକ୍ରମରେ ମଧ୍ୟ ଯୋଗଦେବାର କାର୍ଯ୍ୟକ୍ରମ ରହିଛି। ୨୦୨୧ରେ ଭାରତ ୯ତମ ଏସିଆନ ମିନିଷ୍ଟେରିଆଲ୍ ଏନର୍ଜି ରାଉଣ୍ଡଟେବୁଲ ଆୟୋଜନ କରିବ।

ସେହିଭଳି, କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ କତାରର ବିଭିନ୍ନ ମନ୍ତ୍ରୀମାନଙ୍କ ସହ ଏଲ୍‌ଏନ୍‌ଜି ଏବଂ ଏଲ୍‌ପିଜି କ୍ଷେତ୍ର ସମ୍ପର୍କରେ ଆଲୋଚନା କରିବେ।

ସମ୍ବନ୍ଧିତ ଖବର