ଭାରତ ତରଫରୁ ଶୋକ ସନ୍ଦେଶ ଦେବା ପାଇଁ ଦୁଇଦିନିଆ କୁଏତ ଗସ୍ତରେ ଗଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ

ନୂଆଦିଲ୍ଲୀ: କୁଏତର ସମ୍ରାଟ ଶେକ ସବାହ ଅଲ-ଅହମ୍ମଦ ଅଲ-ସବାହଙ୍କ ବିୟୋଗରେ ଭାରତର ଶୋକ ସନ୍ଦେଶ ଦେବା ପାଇଁ ଆଜି (ରବିବାର) ଠାରୁ ଦୁଇଦିନିଆ କୁଏତ ଗସ୍ତରେ ଯାଇଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ଭାରତର ରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀଙ୍କ ଶୋକ ସନ୍ଦେଶ ପତ୍ରକୁ କୁଏତର ନୂଆ ସମ୍ରାଟ ଶେକ ନୱାଫ ଅଲ-ଅହମ୍ମଦ ଅଲ-ଜାବେର ଅଲ-ସବାହଙ୍କୁ ପ୍ରଦାନ କରିବେ ଶ୍ରୀ ପ୍ରଧାନ ।

କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ ଆଜି ବିଭିନ୍ନ ବୈଠକରେ ଯୋଗ ଦେବା ସହ କୁଏତରେ ଥିବା ଭାରତୀୟ ସମ୍ପ୍ରଦାୟ ତଥା ଓଡିଆ ଉଦ୍ୟୋଗପତିଙ୍କ ସହ ଆଲୋଚନା କରିବାର କାର୍ଯ୍ୟକ୍ରମ ରହିଛି ।

ଏହି ଗସ୍ତ ଅବସରରେ ଶ୍ରୀ ପ୍ରଧାନ ଆସନ୍ତା ୧୨ ରେ କୁଏତର ନୂଆ ସମ୍ରାଟ ଶେକ ନୱାଫ ଅଲ-ଅହମ୍ମଦ ଅଲ-ଜାବେର ଅଲ-ସବାହ ଓ କୁଏତର ତୈଳ ମନ୍ତ୍ରୀ ଡଃ ଖାଲିଦ ଅଲି-ଅହମ୍ମଦ ଅଲ-ଫାଦେଲଙ୍କ ସହ ନିର୍ଦ୍ଧାରିତ ବୈଠକରେ ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି । ଏହି ଗସ୍ତ କାଳରେ କୁଏତରେ ଥିବା ଭାରତୀୟ ସମ୍ପ୍ରଦାୟ ତଥା ଓଡିଆ ଉଦ୍ୟୋଗପତିଙ୍କ ସହ ମଧ୍ୟ ମନ୍ତ୍ରୀ ଶ୍ରୀ ପ୍ରଧାନ ଆଲୋଚନା କରିବେ।

ସମ୍ବନ୍ଧିତ ଖବର