ସ୍ବାସ୍ଥ୍ୟାବସ୍ଥା ବିଗିଡ଼ିବାରୁ ଡାକ୍ତରଖାନାରେ ଭର୍ତ୍ତି ହେଲେ କେନ୍ଦ୍ର ମନ୍ତ୍ରୀ ଡି.ଭି ସଦାନନ୍ଦ

ନୂଆଦିଲ୍ଲୀ: ରବିବାର ଦିନ ହଠାତ୍ ସ୍ୱାସ୍ଥ୍ୟ ଅବସ୍ଥା ବିଗିଡ଼ିବାରୁ କେନ୍ଦ୍ର ରାସାୟନିକ ଏବଂ ସାର ମନ୍ତ୍ରୀ ଡି.ଭି ସଦାନନ୍ଦ ଗୌଡାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ରାଜ୍ୟ ବିଜେପିର ଏକ କାର୍ଯ୍ୟନିର୍ବାହୀ ବୈଠକ ସାରି ସେ ଶିମୋଗାରୁ ଯାତ୍ରା କରୁଥିବାବେଳେ ତାଙ୍କ ସ୍ୱାସ୍ଥ୍ୟ ଅବସ୍ଥା ବିଗିଡିଥିବା ଜଣାପଡ଼ିଛି। ଡି.ଭି ସଦାନନ୍ଦ ଗୌଡାଙ୍କୁ କର୍ଣ୍ଣାଟକର ଚିତ୍ରାଦୁର୍ଗର ସହରରେ ଥିବା ଏକ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ତାଙ୍କର ରକ୍ତ ସର୍କରା ସହ ରକ୍ତଚାପ କମିଯିବାରୁ ସେ ଅଚେତ ହୋଇପଡ଼ିଥିବା ଚିକିତ୍ସା କରୁଥିବା ଡାକ୍ତର କହିଛନ୍ତି। ଏବେ ଚିକିତ୍ସା ପରେ ସେ ସୁସ୍ଥ ଥିବା କହିଛନ୍ତି ଡାକ୍ତର।

indiatoday

କିଛି ଦିନ ତଳେ ଡିଭି ସଦାନନ୍ଦ ଗୌଡ଼ା କରୋନା ଆକ୍ରାନ୍ତ ହୋଇ ସୁସ୍ଥ ହୋଇଥିଲେ। କରୋନା ପଜିଟିଭ୍ ହେବାର ସୂଚନା, କେନ୍ଦ୍ର ମନ୍ତ୍ରୀ ଡି.ଭି ସଦାନନ୍ଦ ଗୌଡ଼ା ଟ୍ୱିଟ୍ କରିଦେଇଥିଲେ। ଟୁଇଟରେ, ‘ପ୍ରାରମ୍ଭିକ ଲକ୍ଷଣ ପରେ ମୁଁ ମୋର କରୋନା ପରୀକ୍ଷା କରିସାରିଛି, ଯାହାର ରିପୋର୍ଟ ପଜିଟିଭ ଆସିଛି। ମୁଁ ନିଜକୁ ସଙ୍ଗରୋଧ କରିଛି। ଯେଉଁମାନେ ଅତୀତରେ ମୋ ସହିତ ଯୋଗାଯୋଗ କରିଥିଲେ ସେମାନଙ୍କୁ ସେମାନଙ୍କର କରୋନା ଭାଇରସ୍ ପରୀକ୍ଷା କରିବାକୁ ଅନୁରୋଧ କରୁଛି ବୋଲି ଲେଖିଥିଲେ କେନ୍ଦ୍ର ମନ୍ତ୍ରୀ।

ସମ୍ବନ୍ଧିତ ଖବର