ନୂଆଦିଲ୍ଲୀ: କୃଷି କ୍ଷେତ୍ରକୁ ଉଦାରୀକରଣ କରିବା ଉଦ୍ଦେଶ୍ୟରେ ଆଗତ କୃଷି ଚିଠାକୁ ବିରୋଧ କରି ଗୁରୁବାର ଦିନ ମୋଦୀ ସରକାରରୁ କେନ୍ଦ୍ର ମନ୍ତ୍ରୀ ହରସିମରତ୍ କୌର୍ ବାଦଲ ଇସ୍ତଫା ଦେଇଛନ୍ତି।
କେନ୍ଦ୍ରର କୃଷକ ବିରୋଧୀ ପଦକ୍ଷେପ ବିରୋଧରେ ପ୍ରତିବାଦପୂର୍ବକ ମନ୍ତ୍ରୀ ଇସ୍ତଫା ପ୍ରଦାନ କରିବେ ବୋଲି ଶିରୋମଣି ଅକାଳି ଦଳ ଅଧ୍ୟକ୍ଷ ସୁଖବୀର ସିଂହ ବାଦଲ ଲୋକସଭାରେ ଘୋଷଣା କରିବାର ଅଳ୍ପ ସମୟ ପରେ ଏ ଭଳି ପଦକ୍ଷେପ ଗ୍ରହଣ କରାଯାଇଛି।
Image Courtesy of Hindustan Timesମୋଦୀ ସରକାରରେ ହରସିମରତ କୌର୍ ବାଦଲ ଥିଲେ ଶିରୋମଣି ଅକାଳି ଦଳର ଜଣେ ମାତ୍ର ପ୍ରତିନିଧି। ପଞ୍ଜାବର ଏହି ଦଳ ବିଜେପିର ପୁରାତନ ମିତ୍ର ଦଳ।
ମୋଦୀଙ୍କ କ୍ୟାବିନେଟ୍ରୁ ସେମାନଙ୍କ ମନ୍ତ୍ରୀଙ୍କୁ ପ୍ରତ୍ୟାହାର କରିନେବା ଲାଗି ଶିରୋମଣି ଅକାଳି ଦଳର ନିଷ୍ପତ୍ତି ଘୋଷଣା କରିବା ବେଳେ ସୁଖବୀର ବାଦଲ କହିଲେ ଯେ, ଶିରୋମଣି ଅକାଳି ଦଳ ବିଜେପି ସରକାରଙ୍କୁ ସମର୍ଥନ କରିବ, କିନ୍ତୁ କୃଷକ ବିରୋଧୀ ନୀତିକୁ ବିରୋଧ କରିବ।
ମଙ୍ଗଳବାର ଦିନ ଲୋକସଭାରେ ପାରିତ ହୋଇଥିବା ଏହି କୃଷି ଚିଠା ବିରୋଧରେ ଶିରୋମଣି ଅକାଳି ଦଳ ଭୋଟ୍ ଦେଇଥିଲା।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2020/09/har.jpg)