ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ କେନ୍ଦ୍ରମନ୍ତ୍ରୀ ଶ୍ରୀପଦ ନାଏକ ଗୁରୁତର ; ପତ୍ନୀ ଓ ବ୍ୟକ୍ତିଗତ ସହାୟକ ମୃତ

ଗୋଆ : କେନ୍ଦ୍ର ପ୍ରତିରକ୍ଷା ରାଷ୍ଟ୍ରମନ୍ତ୍ରୀ ଶ୍ରୀପଦ ନାଏକ ଆଜି ଏକ ସଡ଼କ ଦୁର୍ଘଟଣାରେ ଗୁରୁତର ଆହତ ହୋଇଥିବା ଖବର ହସ୍ତଗତ ହୋଇଛନ୍ତି । ଏହି ଦୁର୍ଘଟଣାରେ ତାଙ୍କ ପତ୍ନୀ ଓ ବ୍ୟକ୍ତିଗତ ସହାୟକ ପ୍ରାଣହରାଇଥିବା ଜଣାଯାଇଛି ।

ମିଳିଥିବା ସୂଚନା ଅନୁସାରେ କେନ୍ଦ୍ରମନ୍ତ୍ରୀ ଶ୍ରୀ ନାଏକ ଆଜି ତାଙ୍କ ପତ୍ନୀ ବିଜୟା ଓ ବ୍ୟକ୍ତିଗତ ସହାୟକଙ୍କ ସହ କର୍ଣ୍ଣାଟକର ଆଙ୍କୋଲାଠରେ ଯାଉଥିବାବେଳେ ଏହି ଦୁର୍ଘଟଣା ଘଟିଥିଲା । ଦୁର୍ଘଟଣା ପରେ ଆହତମାନଙ୍କୁ ତୁରନ୍ତ ଆଙ୍କୋଲାର ଏକ  ସରକାରୀ ହସପିଟାଲରେ ଭର୍ତ୍ତି କରାଯାଇଥିଲା । କିନ୍ତୁ ହସପିଟାଲରେ ମନ୍ତ୍ରୀଙ୍କ ପତ୍ନୀ ଓ ବ୍ୟକ୍ତିଗତ ସହାୟକଙ୍କୁ ଡାକ୍ତର ମୃତ ଘୋଷଣା କରିଥିଲେ । ଅନ୍ୟପକ୍ଷେ ମନ୍ତ୍ରୀ ଶ୍ରୀ ନାଏକଙ୍କୁ ଗୋଆ ମେଡିକାଲ କଲେଜକୁ ପଠାଇଦିଆଯାଇଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଘଟଣାରେ ଦୁଃଖ ପ୍ରକାଶ କରିବା ସହ ମନ୍ତ୍ରୀ ଶ୍ରୀନାଏକଙ୍କ ଉପଯୁକ୍ତ ଚିକିତ୍ସା ପାଇଁ ଗୋଆ ମୁଖ୍ୟମନ୍ତ୍ରୀଙ୍କ ସହ ଟୋଲଫୋନ ଯୋଗେ କଥା ହୋଇଛନ୍ତି ।

ସମ୍ବନ୍ଧିତ ଖବର