ପାଟଣା: ଇଣ୍ଡି ମେଣ୍ଟକୁ ଟାର୍ଗେଟ୍ କଲେ କେନ୍ଦ୍ରମନ୍ତ୍ରୀ ଜିତନରାମ ମାଞ୍ଝୀ । ତେଜସ୍ବୀ ଯାଦବ ମହାମେଣ୍ଟର ମୁଖ୍ୟମନ୍ତ୍ରୀ ଚେହେରା ଚର୍ଚ୍ଚା ହେଉଥିବା କଥାକୁ ହସିଦେଇ କଟାକ୍ଷ କଲେ କେନ୍ଦ୍ରମନ୍ତ୍ରୀ । କହିଲେ, ମହାମେଣ୍ଟରେ ମାଳମାଳ ମୁଖ୍ୟମନ୍ତ୍ରୀ ଚେହେରା । ସେମାନଙ୍କ ଭିତରେ ଏକତା ନାହିଁ । ମହାମେଣ୍ଟରେ ସମସ୍ତେ ଚାହୁଁଛନ୍ତି ମୁଖ୍ୟମନ୍ତ୍ରୀ ଚେହେରା ହେବାକୁ । ମହାମେଣ୍ଟ ବୈଠକରେ ତେଜସ୍ବୀ ଯାଦବଙ୍କୁ ସଂଯୋଜକ କରାଯାଇଥିବା କହି ସମାଲୋଚନା କରିଛନ୍ତି କେନ୍ଦ୍ରମନ୍ତ୍ରୀ ।

Advertisment

ତେବେ ଏନଡିଏରେ କ୍ଷମତା ପାଇଁ କୌଣସି ଲଢେଇ ହେଉନି, ଏଠି ବିକାଶ ପାଇଁ ଲଢେଇ ହୁଏ ଆଉ ହେଉଥି ମଧ୍ୟ । ଏନଡିଏ ବିହାରରେ ସବୁ ଆସନରେ ଲଢେଇ କରିବ, ପୂରା ଦମରେ ଲଢିବ । ସମୟ ଆସିଲେ କାହାକୁ କେଉଁ ଦାୟିତ୍ବ ଦିଆଯାଇଛି ଜଣାପଡିବ ବୋଲି କହିଛନ୍ତି କେନ୍ଦ୍ରମନ୍ତ୍ରୀ ଜିତନରାମ ମାଞ୍ଝୀ ।

ସେପଟେ ଗତକାଲିର ମହାମେଣ୍ଟ ବୈଠକ ନେଇ ଗଣମାଧ୍ୟମକୁ ବଡ ବୟାନ ଦେଇଥିଲେ ଆରଜେଡି ସାଂସଦ ମନୋଜ ଝା । ବିହାରରେ ମହାମେଣ୍ଟରୁ କିଏ ହେବ ମୁଖ୍ୟମନ୍ତ୍ରୀ ଚେହେରା ? ମହାମେଣ୍ଟର ବୈଠକରେ ମୁଖ୍ୟମନ୍ତ୍ରୀ ଚେହେରା ନାମ ଯଦିଓ ବିଧିବଦ୍ଧ ଭାବେ ଘୋଷଣା ହୋଇନି ମାତ୍ର ମହାମେଣ୍ଟର ମୁଖ୍ୟମନ୍ତ୍ରୀ ଚେହେରା ତେଜସ୍ବୀ ଯାଦବ ବୋଲି ଖୁଲମଖୁଲା କହିଛନ୍ତି ଆରଜେଡି ସାଂସଦ ମନୋଜ ଝା । ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ କହିଛନ୍ତି- ଯେମିତି ପୂର୍ବରୁ ସୂର୍ଯ୍ୟ ଉଦୟ ହେବା ସୁନିଶ୍ଚିତ ସେମିତି ତେଜସ୍ବୀ ମୁଖ୍ୟମନ୍ତ୍ରୀ ଚେହେରା ହେବା ନିଶ୍ଚିତ । ଆଉ ଏପରି ମନ୍ତବ୍ୟକୁ କଟାକ୍ଷ କରିଛନ୍ତି କେନ୍ଦ୍ରମନ୍ତ୍ରୀ ।