ପାଟନା: କେନ୍ଦ୍ର ସଂସଦୀୟ ବ୍ୟାପାର ମନ୍ତ୍ରୀ କିରଣ ରିଜିଜୁ ଶନିବାର ବିଜେପିର ବିହାର ମୁଖ୍ୟାଳୟରେ ଏକ ସାମ୍ବାଦିକ ସମ୍ମିଳନୀରେ ଉଦ୍ବୋଧନ ଦେଇ କହିଛନ୍ତି, ଲୋକସଭାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଭାଷଣ ପୂର୍ବରୁ ପାଖାପାଖି ୪୦-୫୦ ବିରୋଧୀ ସାଂସଦ ଲୋକସଭା ବାଚସ୍ପତି ଓମ୍ ବିର୍ଲାଙ୍କ ଚ୍ୟାମ୍ବରକୁ ଧସେଇ ପଶିଥିଲେ ଓ ହୋହଲ୍ଲା କରିଥିଲେ।
ରିଜିଜୁ କହିଛନ୍ତି, ବାଚସ୍ପତିଙ୍କ ଚ୍ୟାମ୍ବରରେ ସେ ସମୟରେ ମୁଁ ଉପସ୍ଥିତ ଥିଲି। ବିରୋଧୀ ସଦସ୍ୟମାନେ ଅତ୍ୟନ୍ତ ଖରାପ ଢଙ୍ଗରେ କଥାବାର୍ତ୍ତା କରିଥିଲେ। ଆମେ ଜାଣିପାରିଲୁ ଯେ, ସେମାନେ କିଛି ସମସ୍ୟା ସୃଷ୍ଟି କରିବେ। ତେଣୁ ନିଷ୍ପତ୍ତି ନିଆଗଲା ପ୍ରଧାନମନ୍ତ୍ରୀ ଗୃହକୁ ନ ଆସିବା ଠିକ୍ ହେବ। ରାଷ୍ଟ୍ରପତିଙ୍କ ଉଦ୍ବୋଧନ ଉପରେ ଧନ୍ୟବାଦ ପ୍ରସ୍ତାବ ଆଲୋଚନାରେ ମୋଦୀ ଭାଗ ନ ନେବା ସଂକ୍ରାନ୍ତ ଏକ ପ୍ରଶ୍ନର ଉତ୍ତର ଦେଇ ରିଜିଜୁ ଏହା କହିଛନ୍ତି।
ଆହୁରି ପଢ଼ନ୍ତୁ: Mahanadi: ମହାନଦୀର ଜଳସ୍ରୋତକୁ ଛତିଶଗଡ଼ ଅଟକାଇ ବ୍ୟବସାୟ କରୁଛି: ବିଜେଡି
ଉଲ୍ଲେଖଯୋଗ୍ୟ, ଲୋକସଭାରେ ରାଷ୍ଟ୍ରପତିଙ୍କ ଉଦ୍ବୋଧନ ଉପରେ ଧନ୍ୟବାଦ ପ୍ରସ୍ତାବ ପ୍ରଧାନମନ୍ତ୍ରୀଙ୍କ ଭାଷଣ ବିନା ପାରିତ ହୋଇଛି। ଏହା ୨୦୦୪ ମସିହା ପରେ ପ୍ରଥମ ଘଟଣା। ପ୍ରଧାନମନ୍ତ୍ରୀଙ୍କ ଭାଷଣ ପାଇଁ ନିଧାର୍ଯ୍ୟ ସମୟର କିଛି ସମୟ ପୂର୍ବରୁ ବିରୋଧୀ ମହିଳା ସାଂସଦମାନେ ଲୋକସଭାରେ ପ୍ରଧାନମନ୍ତ୍ରୀଙ୍କ ଚୌକି ଚାରିପାଖରେ ଘେରିଯାଇ ସ୍ଲୋଗାନ୍ ଦେଇଥିଲେ। ପ୍ରଧାନମନ୍ତ୍ରୀଙ୍କ ଉପରେ ଆକ୍ରମଣ ହୋଇଥାନ୍ତା ବୋଲି ଅଭିଯୋଗ ହୋଇଛି। ପରେ ବାଚସ୍ପତି ଓମ୍ ବିର୍ଲା ମଧ୍ୟ କହିଥିଲେ ଯେ, କୌଣସି ପ୍ରକାର ଅପ୍ରୀତିକର ସ୍ଥିତି ଉପୁଜିବ ବୋଲି ଜାଣିପାରି ମୁଁ ପ୍ରଧାନମନ୍ତ୍ରୀଙ୍କୁ ଗୃହକୁ ଆସିବା ପାଇଁ ମନା କରିଥିଲି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/media_files/2026/02/07/07bbs_60_07022026_112-2026-02-07-20-26-26.jpg)