କର୍ଣ୍ଣାଟକର ବିଜୟପୁରରେ କେନ୍ଦ୍ରମନ୍ତ୍ରୀ ନିରଞ୍ଜନ ଜ୍ୟୋତିଙ୍କ କାର ଦୁର୍ଘଟଣାଗ୍ରସ୍ତ, ସାମାନ୍ୟ ଆହତ

ବେଙ୍ଗାଲୁରୁ: କେନ୍ଦ୍ରମନ୍ତ୍ରୀ ସାଧ୍ୱୀ ନିରଞ୍ଜନ ଜ୍ୟୋତିଙ୍କ କାର୍ କର୍ଣ୍ଣାଟକର ବିଜୟପୁରା ଜିଲ୍ଲାରେ ଦୁର୍ଘଟଣାଗ୍ରସ୍ତ ହୋଇଛି । ରାସ୍ତାରେ ଯାଉଥିବା ଏକ ଟ୍ରକ୍ ଓ ମନ୍ତ୍ରୀଙ୍କ କାର୍ ମଧ୍ୟରେ ମୁହାଁମୁହିଁ ଧକ୍କା ହେବା ଫଳରେ ମନ୍ତ୍ରୀ ଓ କାର୍ ଚାଳକ ଆହତ ହୋଇଛନ୍ତି। ସାଧ୍ୱୀ ନିରଞ୍ଜନ ଜ୍ୟୋତି ବିଜେପି ମହିଳା ସମ୍ମିଳନୀରେ ଯୋଗ ଦେବା ପାଇଁ ବିଜୟପୁର ଆସିଥିଲେ। ଏହି ସମୟରେ ଏହି ଦୁର୍ଘଟଣା ଘଟିଥିଲା ।

ଗୁରୁବାର ରାତିରେ ୫୦ ନମ୍ବର ଜାତୀୟ ରାଜପଥରେ ଏହି ଦୁର୍ଘଟଣା ଘଟିଥିଲା । ତାଙ୍କ କାର୍ ଏକ ଟ୍ରକ୍ ସହ ଧକ୍କା ହୋଇଥିଲା। ଏହି ଦୁର୍ଘଟଣାରେ ମନ୍ତ୍ରୀ ଓ କାର୍ ଚାଳକ ଆହତ ହୋଇଛନ୍ତି । ଏଥିରେ ଉଭୟ ସାମାନ୍ୟ ଆହତ ହୋଇଛନ୍ତି ।

ଟ୍ରକ୍ ଡ୍ରାଇଭର ନିଶାସକ୍ତ ଅବସ୍ଥାରେ ଥିବା କୁହାଯାଉଛି। ଏବେ ତାଙ୍କୁ ପୁଲିସ ଅଟକ ରଖି ପଚରାଉଚୁରା କରୁଛି । ଏହି ଦୁର୍ଘଟଣାରେ ସାମାନ୍ୟ ଆହତ ହୋଇଥିବା କେନ୍ଦ୍ରମନ୍ତ୍ରୀ ଓ ତାଙ୍କ ଡ୍ରାଇଭରଙ୍କୁ ଏକ ସ୍ଥାନୀୟ ସରକାରୀ ହସପିଟାଲରେ ଚିକିତ୍ସା କରାଯାଇଛି ।

ଏହି ଦୁର୍ଘଟଣା ପରେ ୫୦ ନମ୍ବର ଜାତୀୟ ରାଜପଥରେ ଯାନବାହାନ ଚଳାଚଳ କିଛି ସମୟ ପାଇଁ ପ୍ରଭାବିତ ହୋଇଥିଲା । ରାସ୍ତାର ଉଭୟ ପାର୍ଶ୍ବରେ ଶହ ଶହ ସଂଖ୍ୟାରେ ଗାଡ଼ି ଅଟକି ରହିଥିଲା । ପରେ ପୁଲିସ ଓ ପ୍ରଶାସନର ଲୋକମାନେ ଆସି ଦୁର୍ଘଟଣାଗ୍ରସ୍ତ ଗାଡ଼ିକୁ ହଟାଇବା ପରେ ଗାଡ଼ିଚଳାଚଳ ସ୍ବାଭାବିକ ହୋଇଥିଲା ।

ସମ୍ବନ୍ଧିତ ଖବର