ଆୟୁଷ୍ମାନ ଭାରତ ପ୍ରଧାନମନ୍ତ୍ରୀ ଜନ ଆରୋଗ୍ୟ ଯୋଜନାରେ କର୍କଟ ରୋଗକୁ ସାମିଲ କରାଯିବ!  

କୋଏମ୍ବାଟୁର: କର୍କଟ ଭଳି ଅସାଧ୍ୟ ରୋଗର ଔଷଧ ଗୋମୂତ୍ରରୁ ପ୍ରସ୍ତୁତ ହେଉଛି ବୋଲି କହିଛନ୍ତି କେନ୍ଦ୍ର ସ୍ୱାସ୍ଥ୍ୟ ରାଜ୍ୟମନ୍ତ୍ରୀ ଅଶ୍ୱିନୀ କୁମାର ଚୌବେ। ସେ  କହିଛନ୍ତି ଯେ , ଆୟୁଷ ମନ୍ତ୍ରାଳୟ ଗୋମୂତ୍ରରୁ ବିଭିନ୍ନ ଔଷଧ ପ୍ରସ୍ତୁତି ଦିଗରେ କାମ ଚାଲିଛି । ତାମିଲନାଡୁର କୋଏମ୍ବାଟୁରରେ ‘କର୍କଟ ରୋଗ ବିରୋଧରେ ଯୁଦ୍ଧ’ କାର୍ଯ୍ୟକ୍ରମରେ ଯୋଗ ଦେଇ ଏହା କହିଛନ୍ତି କେନ୍ଦ୍ର ସ୍ୱାସ୍ଥ୍ୟ ରାଜ୍ୟମନ୍ତ୍ରୀ ଅଶ୍ୱିନୀ କୁମାର ଚୌବେ । ଏଥିପାଇଁ କେନ୍ଦ୍ର ସରକାର ଗୋବର୍ଦ୍ଧନ ଏବଂ ଗୋପାଳନ ପାଇଁ କିଛି ପଦକ୍ଷେପ ନେଇଛନ୍ତି ।

PHOTO–zee newsକେନ୍ଦ୍ରମନ୍ତ୍ରୀ ଅଶ୍ୱିନୀ ଚୌବେ କହିଛନ୍ତି ଯେ, ଆୟୁଷ୍ମାନ ଭାରତ ପ୍ରଧାନମନ୍ତ୍ରୀ ଜନ ଆରୋଗ୍ୟ ଯୋଜନାରେ କର୍କଟ ରୋଗକୁ ସାମିଲ କରିବା ନେଇ ପ୍ରସ୍ତାବ ସ୍ୱାସ୍ଥ୍ୟ ମନ୍ତ୍ରାଳୟ ଚିନ୍ତା କରୁଛି । କେନ୍ଦ୍ର ସରକାର ଏକ ଭିନ୍ନ ଯୋଜନା ମାଧ୍ୟମରେ ବର୍ତ୍ତମାନ ୩ ପ୍ରକାରର କର୍କଟ ରୋଗର ଚିକିତ୍ସା ପ୍ରଦାନ କରୁଛନ୍ତି ଏବଂ ଏବେ ଜନ ଆରୋଗ୍ୟ ଯୋଜନାରେ  ଏଭଳି  ଯେକୌଣସି ଘାତକ ରୋଗକୁ ସାମିଲ କରାଯିବା ନେଇ ଅଧ୍ୟୟନ କରାଯାଉଛି ।

 

ସମ୍ବନ୍ଧିତ ଖବର