ମହିଳା ଯାତ୍ରୀଙ୍କ ସୁରକ୍ଷିତ ବସ୍‌ ଯାତ୍ରା ପାଇଁ ଦେଶରେ ଚାଲିବ ‘ପିଙ୍କ୍‌ ବସ୍‌’; କିନ୍ତୁ ଓଡ଼ିଶାରେ ଗଡ଼ିବନି ‘ପିଙ୍କ୍‌ ବସ୍‌’…

ନୂଆଦିଲ୍ଲୀ: ଦେଶର ମହିଳାମାନଙ୍କର ବସ୍‌ ଯାତ୍ରାକୁ ସୁରକ୍ଷିତ ଓ ନିରାପଦ କରିବା ଲକ୍ଷ୍ୟରେ କେନ୍ଦ୍ର ସରକାର ଏଣିକି ‘ପିଙ୍କ୍‌ ବସ୍‌’ ସେବା ଉପଲବ୍ଧ କରାଇବେ ବୋଲି କେନ୍ଦ୍ର ପରିବହନ ମନ୍ତ୍ରୀ ନୀତୀନ ଗଡ଼କରୀ ଆଜି ସଂସଦର ଲୋକସଭାରେ ଘୋଷଣା କରିଛନ୍ତି। ତେବେ, କେନ୍ଦ୍ର ସରକାରଙ୍କ ପକ୍ଷରୁ ଆରମ୍ଭ ହେବାକୁ ଥିବା ଏହି ‘ପିଙ୍କ୍‌ ବସ୍‌’ ସେବା ଓଡ଼ିଶାରେ ଉପଲବ୍ଧ ହେବ ନାହିଁ ଏବଂ ଓଡ଼ିଶାର ମହିଳାମାନେ ‘ପିଙ୍କ୍‌ ବସ୍‌’ ସେବା ପାଇବାରୁ ବଞ୍ଚିତ ହେବେ ବୋଲି ଜାଣିବାକୁ ମିଳିଛି।

NDTV

କାରଣ, ସଂସଦରେ ପରିବହନ ମନ୍ତ୍ରୀ ଶ୍ରୀ ଗଡ଼କରୀ ସ୍ପଷ୍ଟ କରି ଦେଇଛନ୍ତି ଯେ ଦେଶର ଯେଉଁ ସହରମାନଙ୍କରେ ଜନସଂଖ୍ୟା ୧ କୋଟିରୁ ଅଧିକ; କେବଳ ମାତ୍ର ସେଇ ସହରରେ ଏହି ‘ପିଙ୍କ୍‌ ବସ୍‌’ ସେବା ଉପଲବ୍ଧ ହେବ। ଏବଂ, ସେଇ ସହରର ମହିଳାମାନେ ‘ପିଙ୍କ୍‌ ବସ୍‌’ ସେବା ପାଇପାରିବେ।

News Nation

‘ପିଙ୍କ୍‌ ବସ୍‌’ ସେବା ସଂପର୍କରେ ସଂସଦରେ ସୂଚନା ପ୍ରଦାନ କରି ପରିବହନ ମନ୍ତ୍ରୀ ଶ୍ରୀ ଗଡ଼କରୀ କହିଛନ୍ତି ଯେ ଏହି ବସ୍‌ରେ ଯାତ୍ରୀଙ୍କ ଠାରୁ ଆରମ୍ଭ କରି ଡ୍ରାଇଭର ଓ କଣ୍ଡକ୍ଟରଙ୍କ ପର୍ଯ୍ୟନ୍ତରେ ସମସ୍ତେ କେବଳ ମାତ୍ର ମହିଳା ରହିବେ। ଏଥିସହ ଏହି ବସ୍‌ରେ ପର୍ଯ୍ୟାପ୍ତ ପରିମାଣର ସିସିଟିଭି କ୍ୟାମେରା ଖଞ୍ଜାଯିବା ସହ ମହିଳା ଯାତ୍ରୀମାନଙ୍କର ସୁରକ୍ଷା ପାଇଁ ‘ପାନିକ୍‌ ବଟନ୍‌’ର ବ୍ୟବସ୍ଥା ରହିବ। ଫଳରେ ଏହି ବସ୍‌ରେ ମହିଳା ଯାତ୍ରୀମାନଙ୍କର ଯାତ୍ରା ସୁରକ୍ଷିତ ଓ ନିରାପଦ ରହିପାରିବ ବୋଲି କହିଛନ୍ତି ମନ୍ତ୍ରୀ ଶ୍ରୀ ଗଡ଼କରୀ।

ସମ୍ବନ୍ଧିତ ଖବର