ନୂଆଦିଲ୍ଲୀ: କେନ୍ଦ୍ର ମନ୍ତ୍ରୀ ପୀୟୁଷ ଗୋୟଲ ଆଜି ରାଜ୍ୟସଭାରେ ବିଜେପି ନେତା ଭାବରେ ମନୋନିତ ହୋଇଛନ୍ତି। ଥାୱରଚାନ୍ଦ ଗେହଲଟ ଏହି ସ୍ଥାନରେ ଥିବା ବେଳେ ତାଙ୍କୁ କିଛି ଦିନ ତଳେ କର୍ଣ୍ଣାଟକର ରାଜ୍ୟପାଳ କରାଯାଇଥିଲା | ଆଜି ଖାଲି ପଡିଥିବା ଏହି ପଦବୀରେ ପୀୟୁଷ ଗୋୟଲଙ୍କୁ ନିଯୁକ୍ତ କରାଯାଇଛି | କେନ୍ଦ୍ର ସରକାରରେ ପ୍ରମୁଖ ଦାୟିତ୍ୱ ବହନ କରିଥିବା ପୀୟୁଷ ଗୋୟଲ ୨୦୧୦ ମସିହାରୁ ରାଜ୍ୟସଭାର ସଦସ୍ୟ ରହିଆସିଛନ୍ତି।

ଅନ୍ୟପକ୍ଷରେ, ଆଗାମୀ ୪୮ ଘଣ୍ଟା ମଧ୍ୟରେ ଲୋକସଭାରେ ଦଳର ନେତୃତ୍ୱ ନେଉଥିବା ଅଧୀର ରଞ୍ଜନ ଚୌଧୁରୀଙ୍କ ସ୍ଥାନରେ କାହାକୁ ଦଳର ନେତା କରାଯିବ ସେ ନେଇ କଂଗ୍ରେସ ଆସନ୍ତା ୪୮ ଘଣ୍ଟା ମଧ୍ୟରେ ଏକ ବୈଠକ କରିବ ବୋଲି ଜଣାପଡ଼ିଛି | କଂଗ୍ରେସର ଶୀର୍ଷ ସୂତ୍ରରୁ ପ୍ରକାଶ ଯେ, ରାହୁଲ ଗାନ୍ଧୀ ଚୌଧୁରୀଙ୍କ ସ୍ଥାନ ନେଇପାରନ୍ତି। ତେବେ ଏନେଇ କିଛି ଘଣ୍ଟା ପରେ ସ୍ପଷ୍ଟ ସୂଚନା ମିଳିପାରିବ | ସଂସଦର ମୌସୁମୀ ଅଧିବେଶନ ଜୁଲାଇ ୧୯ରୁ ଆରମ୍ଭ ହେବାକୁ ଥିବା ବେଳେ ଦଳର ନେତା ନିଯୁକ୍ତି ପ୍ରକ୍ରିୟା ଶୀଘ୍ର ଶେଷ କରିବ ପାଇଁ ଦଳ ଚେଷ୍ଟା କରୁଛି |
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2021/07/Piyush-Goyal-Became-BJP-Party-Leader-in-Rajya-Sabha_Thumbnail_2.jpg)