୫ ଟ୍ରିଲିୟନ ଅର୍ଥନୀତିର ସ୍ବପ୍ନକୁ ସାକାର କରିବାକୁ ହେଲେ ‘ଆକ୍ବାକଲଚର୍’ ଉପରେ ଅଧିକ ଗୁରୁତ୍ବ ଦେବାକୁ ହେବ: କେନ୍ଦ୍ରମନ୍ତ୍ରୀ ପ୍ରତାପ ଷଡ଼ଙ୍ଗୀ

ନୂଆଦିଲ୍ଲୀ: ୫ ଟ୍ରିଲିୟନ ଡଲାର ଅର୍ଥନୀତିର ସ୍ବପ୍ନ ଦେଖୁଥିବା କେନ୍ଦ୍ର ସରକାରଙ୍କୁ ଏହି ସ୍ବପ୍ନକୁ ସାକାର କରିବାକୁ ହେଲେ ମଧୁର ଜଳରେ ମତ୍ସ୍ୟଚାଷ (ଆକ୍ବାଲଚର) ଉପରେ ଅଧିକ ଗୁରୁତ୍ବ ଆରୋପ କରିବାକୁ ପଡ଼ିବ ବୋଲି ଆଜି କହିଛନ୍ତି କେନ୍ଦ୍ରମନ୍ତ୍ରୀ ପ୍ରତାପ ଚନ୍ଦ୍ର ଷଡ଼ଙ୍ଗୀ। ଏପରି କଲେ ହିଁ ୫ ଟ୍ରିଲିୟନ ଡଲାର ଅର୍ଥନୀତି ସହ ୨୦୨୨ ସୁଦ୍ଧା ଦେଶର ଚାଷୀମାନଙ୍କର ଆୟକୁ ଦ୍ବିିଗୁଣିତ କରିବା କେନ୍ଦ୍ର ସରକାରଙ୍କ ପକ୍ଷରେ ସମ୍ଭବପର ହୋଇପାରିବ ବୋଲି କହିଛନ୍ତି କେନ୍ଦ୍ରମନ୍ତ୍ରୀ ଶ୍ରୀ ଷଡ଼ଙ୍ଗୀ।

Acqua Culture India

ମଧୁର ଜଳରେ ମତ୍ସ୍ୟଚାଷ (ଆକ୍ବାଲଚର)ରେ ବିପୁଳ ନିଯୁକ୍ତି ସୁଯୋଗର ସମ୍ଭାବନା ରହିଥିବା ବେଳେ ଏହି କ୍ଷେତ୍ରରୁ ବିପୁଳ ପରିମାଣର ରାଜସ୍ବ ସଂଗ୍ରହର ମଧ୍ୟ ଭରପୂର ସମ୍ବାବନା ରହିଛି। ଖାଲି ଏତିକି ନୁହେଁ; ଭାରତ ପରି ଦେଶରେ ଯେଉଁଠାରେ ସଂଖ୍ୟାଧିକ ନାଗରିକ ଅପପୁଷ୍ଟିର ଶିକାର ହେଉଛନ୍ତି, ସେମାନଙ୍କ ପାଇଁ ମଧ୍ୟ ଏହା ଲାଭଦାୟକ ସାବ୍ୟସ୍ତ ହେବ। କାରଣ, ସେମାନେ ଏହାଦ୍ବାରା ସ୍ବଳ୍ପ ମୂଲ୍ୟରେ ଅଧିକ ପ୍ରୋଟିନ୍‌ଯୁକ୍ତ ଖାଦ୍ୟ ପାଇ ପାରି‌େବ ଓ ନିଜକୁ ଅପପୁଷ୍ଟି କବଳରୁ ରକ୍ଷା କରିପାରିବେ ବୋଲି କହିଛନ୍ତି କେନ୍ଦ୍ରମନ୍ତ୍ରୀ ଶ୍ରୀ ଷଡ଼ଙ୍ଗୀ।

ସମ୍ବନ୍ଧିତ ଖବର