ନୂଆଦିଲ୍ଲୀ: ଜାତୀୟ ସୁରକ୍ଷା ତଥା ଡାଟା ଗୋପନୀୟତା କାରଣରୁ କେନ୍ଦ୍ର ସରକାର ୫୯ଟି ଚାଇନିଜ୍ ଆପ୍ ଉପରେ ପ୍ରତିବନ୍ଧକ ଲଗାଇଛନ୍ତି। ଭାରତୀୟଙ୍କ ତଥ୍ୟର ଗୋପନୀୟତା ହେଉଛି ସେମାନଙ୍କର ମୌଳିକ ଅଧିକାର ଏବଂ ଏ ନେଇ କୌଣସି ପ୍ରକାରେ ଆପୋଷ ବୁଝାମଣା ହୋଇପାରିବ ନାହିଁ ବୋଲି କହିଛନ୍ତି ଭାରତର ଆଇନ ଓ ନ୍ୟାୟ ମନ୍ତ୍ରୀ ରବିଶଙ୍କର ପ୍ରସାଦ | ସରକାର ଏକ ତଥ୍ୟ ସୁରକ୍ଷା ଆଇନ ଆଣୁଛନ୍ତି, ଯାହାର ଯାଞ୍ଚ ସଂସଦର ଏକ ଚୟନ କମିଟି ଦ୍ୱାରା କରାଯାଉଥିବା ସେ କହିଛନ୍ତି।
ଶନିବାର ଭିଡିଓ କନଫରେନ୍ସ ଜରିଆରେ ଡାଟା ସୁରକ୍ଷା ଉପରେ ଠାକୁର ପ୍ରସାଦ ମେମୋରିଆଲ ଲେକ୍ଚରକୁ ସମ୍ବୋଧିତ କରି ରବି ଶଙ୍କର ପ୍ରସାଦ କହିଥିଲେ ଯେ ଜାତୀୟ ସୁରକ୍ଷା ତଥା ତଥ୍ୟ ଗୋପନୀୟତା କାରଣରୁ ୫୯ଟି ଚାଇନିଜ୍ ଆପ୍ ଉପରେ ପ୍ରତିବନ୍ଧକ ଲଗାଯାଇଛି। କିନ୍ତୁ ଭାରତ ୨୦୦ଟି ନୂତନ ଆପ୍ ମଧ୍ୟ ତିଆରି କରିଛି | ଇଲେକ୍ଟ୍ରୋନିକ୍ ଉତ୍ପାଦନ କ୍ଷେତ୍ରକୁ ନେଇ ସେ କହିଥିଲେ ଯେ, ୨୦୧୪ରେ ଭାରତରେ ଦୁଇଟି ୟୁନିଟ୍ ଥିଲା ଏବଂ ବର୍ତ୍ତମାନ ୨୬୦ଟି ଅଛି। ଭାରତ ନମ୍ବର ୫ରୁ ବିଶ୍ୱର ଦ୍ୱିତୀୟ ବୃହତ୍ତମ ମୋବାଇଲ୍ ଉତ୍ପାଦନରେ ପରିଣତ ହୋଇଛି। କିନ୍ତୁ ମୋର ଆଶା ଏବଂ ପ୍ରୟାସ ହେଉଛି ଏହାକୁ ୧ନମ୍ବର କରିବା |
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2020/07/t-160.jpg)