ନୂଆଦିଲ୍ଲୀ: ସଂଜୀବନୀ ସମବାୟ ବ୍ୟାଙ୍କ୍ ଦୁର୍ନୀତି ମାମଲାରେ କେନ୍ଦ୍ର ମନ୍ତ୍ରୀ ଗଜେନ୍ଦ୍ର ସିଂହ ଶେଖାୱତଙ୍କ ସମ୍ପୃକ୍ତି ଥିବା ନେଇ ଅଭିଯୋଗ ହେବାପରେ ରାଜସ୍ଥାନ କୋର୍ଟ ଉକ୍ତ ମାମଲାରେ ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି। ଗୋଟିଏ ପଟେ ଶେଖାୱତ ଅଶୋକ ଗେହଲଟ୍ ସରକାର ଭାଙ୍ଗିବା କାର୍ଯ୍ୟରେ ସମ୍ପୃକ୍ତ ଅଛନ୍ତି ବୋଲି କଂଗ୍ରେସ ଦ୍ବାରା ଅଭିଯୋଗ ହୋଇଥିବା ବେଳେ ଏଭଳି ସମୟରେ ପୁଣି ସମବାୟ ବ୍ୟାଙ୍କ୍ ଦୁର୍ନୀତି ମାମଲାରେ ତାଙ୍କ ନାମ ଆସିଛି। ମଙ୍ଗଳବାର ଦିନ ଅତିରିକ୍ତ ଜିଲ୍ଲା ବିଚାରପତି ପବନ କୁମାର ବିଜେପି ନେତାଙ୍କ ବିରୋଧରେ ଥିବା ଅଭିଯୋଗକୁ ଏସ୍ଓଜିକୁ ସ୍ଥାନାନ୍ତର କରିବାପାଇଁ ଅତିରିକ୍ତ ସିଜେଏମ୍ କୋର୍ଟଙ୍କୁ ନିର୍ଦ୍ଦେଶ ଦେଇଥିଲେ।
ଶେଖାୱତ ତାଙ୍କ ପତ୍ନୀ ଏବଂ ଅନ୍ୟମାନଙ୍କର ନାମ ସଂଜୀବନୀ ସମବାୟ ବ୍ୟାଙ୍କ୍ ଦୁର୍ନୀତି ମାମଲାରେ ରହିଛି। ଏଥିରେ ହଜାର ହଜାର ନିବେଶକ ପ୍ରାୟ ୯୦୦ କୋଟି ଟଙ୍କା ହରାଇଛନ୍ତି। ଗତବର୍ଷ ସୁଦ୍ଧା ଜୟପୁର ଏସ୍ଓଜି ୟୁନିଟ୍ ଉକ୍ତ ଘଟଣାର ତଦନ୍ତ କରୁଛି। ଅଗଷ୍ଟ ୨୩, ୨୦୧୯ରେ ଏନେଇ ଏକ ଏତଲା ରୁଜୁ ହୋଇଥିଲା। ତେବେ ଉକ୍ତ ମାମଲାରେ ଏସ୍ଓଜି ଦ୍ବାରା ଦାଖଲ ହୋଇଥିବା ଚାର୍ଜସିଟ୍ରେ ଶେଖାୱତଙ୍କ ନାମ ନଥିଲା। ପରେ ମାଜିଷ୍ଟ୍ରେଟ୍ କୋର୍ଟ ମଧ୍ୟ ଚାର୍ଜସିଟ୍ରେ ଶେଖାୱତଙ୍କ ନାମ ଯୋଡ଼ିବାପାଇଁ ହୋଇଥିବା ଆବେଦନକୁ ପ୍ରତ୍ୟାଖ୍ୟାନ କରିଥିଲେ। କିନ୍ତୁ ଆବେଦନକାରୀମାନେ ପୁଣିଥରେ ଶେଖାୱତଙ୍କ ନାମ ଯୋଡ଼ିବା ପାଇଁ ନିବେଦନ କରିଥିଲେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2020/07/gdjdg7j8gd7j89dg7j98dgjgdgjdjdgdgjdj.jpg)