ନୂଆଦିଲ୍ଲୀ: କେନ୍ଦ୍ରମନ୍ତ୍ରୀ ସ୍ମୃତି ଇରାନୀ ଗତକାଲି କରୋନାରେ ଆକ୍ରାନ୍ତ ହୋଇଥିବା ଟୁଇଟ କରି ସୂଚନା ଦେଇଥିଲେ। ବିହାରର ବିଧାନସଭା ନିର୍ବାଚନ ପାଇଁ ପ୍ରଚାର ଶେଷ ହେବା ପରେ କେନ୍ଦ୍ରମନ୍ତ୍ରୀ ସ୍ମୃତି ଇରାନୀ ନିଜର କରୋନା ପରୀକ୍ଷା କରାଇଥିଲେ | ତାଙ୍କର କରୋନା ରିପୋର୍ଟ ପଜିଟିଭ ଆସିଥିଲା। ଏ ନେଇ ସେ ଟୁଇଟ କରି ଜଣାଇବା ସହ ତାଙ୍କ ସଂସ୍ପର୍ଶରେ ଆସିଥିବା ଲୋକଙ୍କୁ କରୋନା ପରୀକ୍ଷା କରାଇନେବାକୁ ନିବେଦନ କରିଛନ୍ତି | କରୋନା ପଜିଟିଭ ଆସିବା ପରେ ସ୍ମୃତି ଇରାନୀ ଇନଷ୍ଟାଗ୍ରାମରେ ଏକ ମଜାଦାର ମିମ ସେୟାସର କରିଛନ୍ତି। ଯାହାକି ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି।
/sambad/media/post_attachments/200b484cbd05d8e0f999e8e925b7aa352a8e305f89e77ee7649afa9a8c7c3e72.jpg)
ସ୍ମୃତି ଇରାନୀ ଇନଷ୍ଟାଗ୍ରାମରେ କରୋନା ପଜିଟିଭକୁ ନେଇ ଏକ ମିମ ସେୟାର କରିବା ସହିତ ତାଙ୍କ ସମର୍ଥକମାନଙ୍କୁ ଆଶ୍ୱସନା ଦେଇ କହିଥିଲେ ଯେ ସେ ଏହି ଭାଇରସ ସହିତ ଲଢ଼ିବେ। ସ୍ମୃତି ଏକ ଫଟୋ ସେୟାର କରିଛନ୍ତି, ଯେଉଁଥିରେ ଲେଖା ଅଛି, 'ଯେତେବେଳେ ମୋର ଶରୀର ଅସୁସ୍ଥ ହେବାକୁ ସ୍ଥିର କରେ, ସେତେବେଳେ ମୁଁ ବହୁତ କଷ୍ଟ ଅନୁଭବ କରେ। ନିଜ ଶରୀର ସହିତ କଥା ହେବା ଆଳରେ ସ୍ମୃତି କହିଛନ୍ତି, ମୁଁ ତୁମକୁ ଗତ ସପ୍ତାହରେ ପନିପରିବା ଖାଇବାକୁ ଦେଇଥିଲି | ତା’ପରେ ବି ତୁମର ଏତେ ସାହସ, ତୁମେ ଅସୁସ୍ଥ ହୋଇଗଲ?
View this post on InstagramJust when I started having my veggies ...🙈🙏have #covid will fight back #dogazdoori #maskhaizaroori
ଫଟୋ ସେୟାର କରି ସେ କ୍ୟାପସନରେ ଲେଖିଛନ୍ତି, 'ପନିପରିବା ଖାଇବା ପରେ ଏହା ଘଟିଛି ...' ଏହା ପରେ ସେ ଲେଖିଛନ୍ତି, 'କରୋନା ହୋଇଛି, ମୁଁ ଜିତିକି ଆସିବି।
ସେ ଅକ୍ଟୋବର ୨୮ ସନ୍ଧ୍ୟାରେ ଏହି ପୋଷ୍ଟକୁ ସେୟାର କରିଥିଲେ। ଏଯାବତ ୨୪ ହଜାରରୁ ଅଧିକ ଲାଇକ୍ କରାଯାଇଛି। ଅନେକ ଲୋକ ସ୍ମୃତି ଶୀଘ୍ର ସୁସ୍ଥ ହୋଇ ଯାଆନ୍ତୁ ବୋଲି ପ୍ରାର୍ଥନା କରିଛନ୍ତି। ଅଭିନେତ୍ରୀ ମନ୍ଦିରା ବେଦୀ ଲେଖିଛନ୍ତି, 'ଦୟାକରି ତୁମର ଯତ୍ନ ନିଅ। ଶୀଘ୍ର ସୁସ୍ଥ ଅନୁଭବ କରନ୍ତୁ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2020/10/thumb.jpg)