କରୋନା ଆକ୍ରାନ୍ତ ହେଲେ କେନ୍ଦ୍ରମନ୍ତ୍ରୀ ସ୍ମୃତି ଇରାନୀ

ନୂଆଦିଲ୍ଲୀ: କରୋନା ଆକ୍ରାନ୍ତ ହେଲେ କେନ୍ଦ୍ରମନ୍ତ୍ରୀ ସ୍ମୃତି ଇରାନୀ | ବିହାରର ବିଧାନସଭା ନିର୍ବାଚନ ପାଇଁ ପ୍ରଚାର ଶେଷ କରିବା ପରେ ନିଜର କରୋନା ପରୀକ୍ଷା କରାଇଥିଲେ କେନ୍ଦ୍ର ମନ୍ତ୍ରୀ ସ୍ମୃତି ଇରାନୀ | ଏବେ ତାଙ୍କର ରିପୋର୍ଟ ପଜିଟିଭ ଆସିଛି | ଏ ନେଇ ସେ ଟୁଇଟ କରି ଜଣାଇବା ସହ ତାଙ୍କ ସଂସ୍ପର୍ଶରେ ଆସିଥିବା ଲୋକଙ୍କୁ କରୋନା ପରୀକ୍ଷା କରାଇନେବାକୁ ନିଵେଦନ କରିଛନ୍ତି |

କେନ୍ଦ୍ର ମନ୍ତ୍ରୀ ସ୍ମୃତି ଇରାନୀ ଟ୍ୱିଟ୍ କରିଛନ୍ତି ଯେ, ଏହା ବେଳେ ବେଳେ ଘଟେ ଯେତେବେଳେ କିଛି ଘୋଷଣା କରିବା ସମୟରେ ମୋତେ ଶବ୍ଦ ଖୋଜିବାକୁ ପଡେ | ତେଣୁ ମୁଁ ଏହାକୁ ସାଧାରଣ ରଖୁଛି | ମୁଁ କରୋନା ସଂକ୍ରମିତ ହୋଇଛି | ମୋର କୋଭିଡ ରିପୋର୍ଟ ପଜିଟିଭ ଆସିଛି | ମୁଁ ସମସ୍ତ ଲୋକଙ୍କୁ ଅନୁରୋଧ କରୁଛି ଯେ, ଯେଉଁମାନେ ମୋର ସଂସ୍ପର୍ଶରେ ଆସିଛନ୍ତି, ସେମାନେ ନିଜର ପରୀକ୍ଷା କରାଇନିଅନ୍ତୁ |

ସମ୍ବନ୍ଧିତ ଖବର