ନୂଆଦିଲ୍ଲୀ: କେନ୍ଦ୍ରମନ୍ତ୍ରୀ ସୁରେଶ ଗୋପୀ ଏବେ ପୁଣି ଅଭିନୟ ଜଗତକୁ ଫେରିବାକୁ ଇଚ୍ଛା ପ୍ରକାଶ କରିଛନ୍ତି। କିଛି ବର୍ଷ ପୂର୍ବେ ସେ ଅଭିନୟ ଛାଡ଼ି ରାଜନୀତିରେ ପାଦ ଦେଇଥିଲେ। ହେଲେ ଏବେ ସେ ପୁଣି ଅଭିନୟ କରିବାକୁ ଚାହୁଁଥିବା କହିଛନ୍ତି। ଏହାର ଏକ ବଡ଼ କାରଣ ହେଉଛି ଆୟ।
କନ୍ନୁରରେ ଏକ କାର୍ଯ୍ୟକ୍ରମରେ ଯୋଗଦେଇ ତ୍ରିସୁର ସାଂସଦ ଏବଂ ଅଭିନେତାରୁ ରାଜନେତା ହୋଇଥିବା ସୁରେଶ ଗୋପୀ କହିଛନ୍ତି ଯେ, ମନ୍ତ୍ରୀ ପଦ ଗ୍ରହଣ କରିବା ପରଠାରୁ ତାଙ୍କର ଆୟ ଯଥେଷ୍ଟ ହ୍ରାସ ପାଇଛି। ତାଙ୍କ କହିବା ମୁତାବକ, "ମୁଁ ପ୍ରକୃତରେ ଅଭିନୟ ଜାରି ରଖିବାକୁ ଚାହେଁ। ମୋତେ ଏବେ ଅଧିକ ରୋଜଗାର କରିବାକୁ ପଡିବ। ମୋର ଆୟ ସମ୍ପୂର୍ଣ୍ଣ ବନ୍ଦ ହୋଇଯାଇଛି। ମୁଁ ରାଜ୍ୟର ସବୁଠାରୁ ଯୁବ ବିଜେପି ସଦସ୍ୟଙ୍କ ମଧ୍ୟରୁ ଜଣେ ଏବଂ ମୋ ସ୍ଥାନରେ ରାଜ୍ୟସଭା ସାଂସଦ ସି. ସଦାନନ୍ଦନ ମାଷ୍ଟରଙ୍କୁ କେନ୍ଦ୍ରମନ୍ତ୍ରୀ ଭାବରେ ନିଯୁକ୍ତ କରାଯାଉ" ବୋଲି ସେ କହିଛନ୍ତି।
ସେ ଆହୁରି କହିଛନ୍ତି, "ମୁଁ କେବେ ମନ୍ତ୍ରୀ ହେବା ପାଇଁ ପ୍ରାର୍ଥନା କରିନାହିଁ। ନିର୍ବାଚନର ଗୋଟିଏ ଦିନ ପୂର୍ବରୁ, ମୁଁ ସାମ୍ବାଦିକମାନଙ୍କୁ କହିଥିଲି ଯେ, ମୁଁ ମନ୍ତ୍ରୀ ହେବାକୁ ଚାହୁଁନାହିଁ। ମୁଁ ସିନେମାରେ ମୋର କ୍ୟାରିୟର ଜାରି ରଖିବାକୁ ଚାହୁଁଥିଲି। ମୁଁ ଅକ୍ଟୋବର ୨୦୦୮ରେ ବିଜେପି ଦଳରେ ଯୋଗ ଦେଇଥିଲି ଏବଂ ଲୋକଙ୍କ ଦ୍ୱାରା ନିର୍ବାଚିତ ପ୍ରଥମ ସାଂସଦ ଥିଲି। ଦଳ ଅନୁଭବ କରିଥିଲା ​​ଯେ ମୋତେ ମନ୍ତ୍ରୀ କରାଯିବା ଉଚିତ।"
suresh-gopi