ପୁଲଓ୍ଵାମା ଆତଙ୍କବାଦୀ ଆକ୍ରମଣ: କେନ୍ଦ୍ର ଗୃହମନ୍ତ୍ରୀ ସହିଦ୍‌ଙ୍କ ମରଶରୀରକୁ କାନ୍ଧ ଦେଲେ

ପୁଲଓ୍ଵାମା: ଗତ ତିନି ଦଶକ ମଧ୍ୟରେ ଏହା ହେଉଛି ସବୁଠାରୁ ବଡ ଆତଙ୍କବାଦୀ ଆକ୍ରମଣ। ଆତଙ୍କବାଦୀ ସଂଗଠନ ଜୈଶ୍‌-ଇ-ମହମ୍ମଦ(ଜେଏମ୍‌)ର ଜଣେ ଆତ୍ମଘାତୀ ଆକ୍ରମଣକାରୀ ଗୁରୁବାର ପୁଲଓ୍ଵାମା ଜିଲ୍ଲାରେ ସିଆରପିଏଫ୍‌ ବସ୍‌ରେ ବିସ୍ଫୋରକ ଭର୍ତ୍ତି ଥିବା ଏକ ଗାଡ଼ିକୁ ନେଇ ଧକ୍କା କରିଦେବା ପରେ  ୪୮ ଜଣ ଯବାନ ସହିଦ ହୋଇଛନ୍ତି । ଆଜି କଶ୍ମୀର ଗସ୍ତ କାଳରେ ଗୃହମନ୍ତ୍ରୀ ରାଜନାଥ ସିଂହ ବଡ଼ଗ୍ରାମଠାରେ ସହିଦ ଯବାନଙ୍କ ମର ଶରୀରକୁ  କାନ୍ଧ ଦେଇ ଶ୍ରଦ୍ଧାଞ୍ଜଳି ଦେଇଛନ୍ତି। ସହିଦ୍‌ ଯବାନଙ୍କ ମୃତଶରୀର ଦିଲ୍ଲୀ ଅଣାଯାଉଥିବା ବେଳେ ଗୃହମନ୍ତ୍ରୀ ଏପରି ଭାବେ ଶ୍ରଦ୍ଧାଞ୍ଜଳି ବ୍ୟକ୍ତ କରିଥିବା ଦେଖିବାକୁ ମିଳିଥିଲା । ଏମିତିରେ ଶୁଣିବାକୁ ମିଳୁଛି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ପ୍ରତିରକ୍ଷା ମନ୍ତ୍ରୀ ନିର୍ମଳା ସୀତାରମଣ ସହିଦଙ୍କୁ ଶ୍ରଦ୍ଧାଞ୍ଜଳି ଦେବା ପାଇଁ ପାଲମ ବିମାନବନ୍ଦର ଯାଇପାରନ୍ତି।

ଗୃହମନ୍ତ୍ରୀ ରାଜନାଥ ସିଂହ ଗତ ଗୁରୁବାର ହୋଇଥିବା ଆତ୍ମଘାତୀ ଆକ୍ରମଣର ପ୍ରତିକ୍ରିୟା ଦେଇ କହିଛନ୍ତି, ଏହି ଆକ୍ରମଣରେ ସାମିଲ ଲୋକମାନଙ୍କୁ ଛଡାଯିବ ନାହିଁ। ଦେଶପାଇଁ ସହିଦଙ୍କ ବଳିଦାନ ବ୍ୟର୍ଥ ଯିବ ନାହିଁ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶୁକ୍ରବାର ସିସିଏସ୍‌ର ବୈଠକ ପରେ ଏକ ସଭାରେ କହିଥିଲେ, ସେନାଙ୍କୁ ଏହି ଆତଙ୍କବାଦୀ ଆକ୍ରମଣର ପ୍ରତିଶୋଧ ନେବା ପାଇଁ ସ୍ୱାଧୀନଭାବେ ଛଡାଯାଇଛି।

 

ସମ୍ବନ୍ଧିତ ଖବର