ଆନୁଷ୍ଠାନିକ ଭାବେ ଦୁଇଟି ପୃଥକ୍‌ କେନ୍ଦ୍ର ଶାସିତ ଅଞ୍ଚଳ ହେଲା ଜମ୍ମୁ ଓ କଶ୍ମୀର ଏବଂ ଲଦାଖ

ଲଦାଖର ପ୍ରଥମ ଲେଫ୍ଟନାଣ୍ଟ୍‌ ଗଭର୍ଣ୍ଣର୍‌ ଭାବେ ଶପଥ ନେଲେ ଆର୍‌ କେ ମାଥୁର

ନୂଆଦିଲ୍ଲୀ: ବୁଧବାର ମଧ୍ୟରାତ୍ରୀରୁ ଆନୁଷ୍ଠାନିକ ଭାବେ ଜମ୍ମୁ ଓ କଶ୍ମୀର ଏବଂ ଲଦାଖକୁ ଦୁଇଟି ପୃଥକ୍‌ କେନ୍ଦ୍ରଶାସିତ ଅଞ୍ଚଳ ଘୋଷଣା କରାଯାଇଛି। ପାର୍ଲାମେଣ୍ଟ୍‌ ଦ୍ୱାରା ସମ୍ବିଧାନର ଧାରା ୩୭୦ ଉଚ୍ଛେଦ କରାଯାଇ ସ୍ୱତନ୍ତ୍ର ମାନ୍ୟତା ପ୍ରତ୍ୟାହାର କରି ନିଆଯିବାର ୮୬ ଦିନ ପରେ ଗୃହ ମନ୍ତ୍ରାଳୟ ବିଳମ୍ବିତ ରାତ୍ରୀରେ ଏହି ବିଜ୍ଞପ୍ତି ଜାରି କରିଛି।

ଏଥିପାଇଁ ଗୁରୁବାର ଠାରୁ ଅବିଭକ୍ତ ଜମ୍ମୁ ଓ କଶ୍ମୀରରୁ ରାଷ୍ଟ୍ରପତି ଶାସନ ଉଠାଇ ଦିଆଯାଇଛି।

ବିଜ୍ଞପ୍ତିରେ ଉଲ୍ଲେଖ ଅଛି: ଗୃହମନ୍ତ୍ରାଳୟ ଜମ୍ମୁ ଓ କଶ୍ମୀରକୁ ରାଜ୍ୟରୁ ବଦଳାଇ ଜମ୍ମୁ ଓ କଶ୍ମୀର କେନ୍ଦ୍ରଶାସିତ ଅଞ୍ଚଳରେ ପରିଣତ କରିଛି ଏବଂ ସେଠାରୁ ସ୍ଥାୟୀ ବାସିନ୍ଦା ବା ବଂଶାନୁକ୍ରମିକ ବାସିନ୍ଦା ନୀତି ଉଚ୍ଛେଦ କରିଛି।

କେନ୍ଦ୍ରଶାସିତ ଅଞ୍ଚଳ ଜମ୍ମୁ ଓ କଶ୍ମୀରରେ ପୁଦ୍ଦୁଚେରୀ ଏକ ନିର୍ବାଚିତ ବିଧାନସଭା ଏବଂ ଜଣେ ମୁଖ୍ୟମନ୍ତ୍ରୀ ରହିବେ। କିନ୍ତୁ, ଲଦାଖ ଚଣ୍ଡିଗଡ଼ ଭଳି ବିନା ବିଧାନସଭାରେ କେନ୍ଦ୍ରଶାସିତ ଅଞ୍ଚଳ ହେବ। ଏହାର ରହିବ ଦୁଇଟି ହିଲ୍‌ ଡେଭ୍‌ଲପ୍‌ମେଣ୍ଟ୍‌ କାଉନ୍‌ସିଲ୍‌ ରହିବ।

Image Source: Zee News

ଜମ୍ମୁ ଓ କଶ୍ମୀର ପୁନର୍ଗଠନ୍‌ ଧାରା ୨୦୧୯ ଆଧାରରେ ଉଭୟ କେନ୍ଦ୍ରଶାସିତ ଅଞ୍ଚଳର ମୁଖ୍ୟ ହେବେ ଲେଫ୍‌ଟ୍‌ନାଣ୍ଟ୍‌ ଗଭର୍ଣ୍ଣନର୍‌।

ଗୁରୁବାର ସକଳେ ଜମ୍ମୁ ଓ କଶ୍ମୀର ହାଇକୋର୍ଟର ମୁଖ୍ୟ ବିଚାରପତି ଗୀତା ମିତ୍ତଲ ଲେହ୍‌ ଠାରେ ଲଦାଖର ପ୍ରଥମ ଲେଫ୍ଟନାଣ୍ଟ୍‌ ଗଭର୍ଣ୍ଣର୍‌ ଭାବେ ଆର୍‌ କେ ମାଥୁର ଶପଥ ପାଠ କରାଇଛନ୍ତି। ଶପଥ ପାଠ ପରେ ତାଙ୍କୁ ଗାର୍ଡ ଅଫ୍‌ ଅନର୍‌ ଦିଆଯାଇଥିଲା।

ଜମ୍ମୁ ଓ କଶ୍ମୀରର ଲେଫ୍ଟନାଣ୍ଟ୍‌ ଗଭର୍ଣ୍ଣର୍‌ ହେବେ ଜିସି ମୁର୍ମୁ ଏବଂ ଲଦାଖର ଆର୍‌କେ ମାଥୁର। ଆଜି ଅପରାହ୍ଣ ୧୨: ୩୦ ମିନିଟ୍‌ରେ ରାଜଭବନରେ ଆୟୋଜନ କରାଯାଉଥିବା ଶ୍ରୀନଗର ହାଇକୋର୍ଟର ମୁଖ୍ୟ ବିଚାରପତି ଗୀତା ମିତ୍ତଲ୍‌ ତାଙ୍କୁ ଶପଥ ପାଠ କରାଇବେ।

ଗୃହ ମନ୍ତ୍ରାଳୟ ବିଜ୍ଞପ୍ତି ପରେ ଜମ୍ମୁ ଓ କଶ୍ମୀରର ସମ୍ବିଧାନ ଏବଂ ରଣବୀର ପେନାଲ୍‌ କୋଡ୍‌କୁ ରଦ୍ଦ କରାଯାଇଛି।

ଏବେ ଉଭୟ କେନ୍ଦ୍ରଶାସିତ ଅଞ୍ଚଳରେ ଅନ୍ୟୂନ ୧୦୮ଟି ନୂତନ କେନ୍ଦ୍ରୀୟ ଆଇନ ଲାଗୁ ହେବ।

ସମ୍ବନ୍ଧିତ ଖବର