ନୂଆଦିଲ୍ଲୀ: ଆପଣ ଅନେକ ସମୟରେ ଦେଖିଥିବେ ଯେତେବେଳେ କୌଣସି ପୁଅ ପାଇଁ ଝିଅଟିଏ ଖୋଜାଯାଏ ସେତେବେଳେ ଝିଅର ଉଚ୍ଚତା, ଚେହେରା ଏବଂ ରଙ୍ଗକୁ ଦେଖାଯାଏ | ସେହିପରି ଯେତେବେଳେ କୌଣସି ଝିଅ ପାଇଁ ପୁଅ ଦେଖାଯାଏ ସେତେବେଳେ ପୁଅଟିର ରୋଜଗାର କେତେ, କେତେ ପାଠ ପଢିଛି ସେସବୁକୁ ଦେଖାଯାଏ | ତଥାପି ବେଳେବେଳେ ଏମିତି କିଛି ବାହାଘର ହୋଇଥାଏ ଯେତେବେଳେ ଏସବୁର କୌଣସି ଗୁରୁତ୍ୱ ନଥାଏ | ଆମ ସମାଜରେ ଏମିତି କିଛି ଲୋକ ଅଛନ୍ତି ଯେଉଁମାନେ ଚେହେରା, ଶାରୀରିକ ଗଠନକୁ ଦେଖନ୍ତି ନାହିଁ ବରଂ ପୁଅ-ଝିଅଙ୍କ ମନକୁ ବୁଝନ୍ତି | ଯାହା ସବୁଠାରୁ ଗୁରୁତ୍ୱପୂର୍ଣ୍ଣ | ଏବେ ଏପରି ଏକ ବିବାହର ଭିଡିଓ ଭାଇରାଲ ହେବାରେ ଲାଗିଛି, ଯାହାକୁ ଦେଖି ସମସ୍ତେ ତାଙ୍କୁ ପ୍ରଶଂସା କରୁଛନ୍ତି | ବିବାହର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଏହି ଭିଡିଓକୁ ଛାପ୍ରାଜିଲା ନାମକ ଏକ ଆକାଉଣ୍ଟରେ ସେୟାର କରାଯାଇଛି।

Advertisment


ଭିଡିଓରେ ବର ଏବଂ କନ୍ୟା ଅଗ୍ନି ଚାରିପଟେ ବୁଲୁଛନ୍ତି ଆଉ ସାତ ଜନ୍ମ ଧରି ସାଥିରେ ରହିବାର ଶପଥ ନେଉଛନ୍ତି | ଏହି ସମୟରେ କନ୍ୟା ଜଣକ ଆଗରେ ଚାଲୁଥିବାବେଳେ ବର ଏକ ହ୍ୱିଲ ଚେୟାରରେ ବସିଛନ୍ତି | ପାଖରେ ଠିଆ ହୋଇଥିବା ପରିବାର ସଦସ୍ୟ ଉଭୟଙ୍କ ଉପରେ ଫୁଲ ପକାଉଥିବାର ନଜର ଆସିଛନ୍ତି। ଭିଡିଓଟି ଡିସେମ୍ବର ୧୨ ରେ ସେୟାର କରାଯାଇଥିଲା ଏବଂ ଲୋକମାନେ ଏହି ନବ ବିବାହିତ ଦମ୍ପତିଙ୍କୁ ଆଶୀର୍ବାଦ ଦେଉଛନ୍ତି। ଜଣେ ଉପଭୋକ୍ତା ଲେଖିଛନ୍ତି, 'ଅଭିନନ୍ଦନ, ଭଗବାନ ତୁମ ଦୁହିଁଙ୍କୁ ଖୁସି ରଖନ୍ତୁ | ଅନ୍ୟ ଜଣେ ଲେଖିଛନ୍ତି, କନ୍ୟାଙ୍କୁ ଧନ୍ୟବାଦ | ଯିଏ କି ବରଙ୍କ ହୃଦୟର ଭାଷାକୁ ପଢ଼ିପାରିଛନ୍ତି |