ଭାରତର ଏହି ରେଳଷ୍ଟେସନ ସାମ୍ନାରେ ଫିକା ପଡିଯିବ ବିମାନବନ୍ଦରର ସୌନ୍ଦର୍ଯ୍ୟ

ଇନ୍ଦୋର: ଷ୍ଟେସନରେ ପଶିଗଲେ ଲାଗିବ ବିମାନବନ୍ଦରକୁ ଆସିଛନ୍ତି | ଆଉ ଭିତରେ ଶୁଣିବାକୁ ପାଇବେ ‘ଯାତ୍ରୀଗଣ କୃପୟା ଧ୍ୟାନ ଦିଜିଏ, ଗାଡି କ୍ରମାଙ୍କ ଏକ ନମ୍ବର ପ୍ଲାଟଫର୍ମ ପେ ଆ ରହି ହେ’ | ଠିକ ବିମାନବନ୍ଦରର ଭ୍ରମ ସୃଷ୍ଟି କରୁଥିବା ଭାରତର ଏହି ସ୍ୱତନ୍ତ୍ର ରେଳଷ୍ଟେସନ ବାବଦରେ ଆଜି ଆମେ ଆପଣଙ୍କୁ କହିବୁ |ମଧ୍ୟପ୍ରଦେଶର ହବିବଗଞ୍ଜ ରେଳ ଷ୍ଟେସନ ନିର୍ମାଣ କାର୍ଯ୍ୟ ଶେଷ ହୋଇଛି ଏବଂ ଏହାର ନୂତନ କୋଠାକୁ ଦେଖିଲେ ୟୁରୋପୀୟ ଦେଶର କୋଠା ଭଳି ଲାଗିବ । ଆଭ୍ୟନ୍ତରୀଣ ଆଲୋକୀକରଣ ସହ ଚମକୁଥିବା ଷ୍ଟେସନ ଏକ ନୂଆ ଭ୍ରମ ସୃଷ୍ଟି କରିବ |

रेलवे स्टेशन है या एयरपोर्ट? चमक-दमक देख रह जाएंगे हैरान, वर्ल्ड क्लास सुविधाएं; देखें तस्वीरें
photo-Livehindustan

ମଧ୍ୟପ୍ରଦେଶରେ ପଶ୍ଚିମ କେନ୍ଦ୍ରୀୟ ରେଳବାଇର ଭୋପାଳ ଡିଭିଜନର ହବିବଗଞ୍ଜ ରେଳ ଷ୍ଟେସନର ପୁନଃନିର୍ମାଣ କାର୍ଯ୍ୟ ପିପିପି ମୋଡରେ କରାଯାଇଛି। ହବିବଗଞ୍ଜ ରେଳ ଷ୍ଟେସନ ଦେଶରେ ପିପିପି ମୋଡ଼ ବା ପବ୍ଲିକ-ପ୍ରାଇଭେଟ ପାର୍ଟନରସିପରେ ପ୍ରଥମ ରେଳ ଷ୍ଟେସନ ହୋଇପାରିଛି | ନଭେମ୍ବର ୧୫ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏହାକୁ ଉଦଘାଟନ କରିବେ।

photo-livehindustan

ଏଭଳି ନୂଆ ବ୍ୟବସ୍ଥା ରହିଛି ଏହି ଷ୍ଟେସନରେ
ଷ୍ଟେସନରେ ବିମାନବନ୍ଦର ପରି ଖୁଚୁରା ଆଉଟଲେଟ, କାଫେଟେରିଆ ସହିତ ଲିଫ୍ଟ, ବିଳାସମୟ ପ୍ରତୀକ୍ଷାଳୟ, ଗେମିଂ ଜୋନ୍, ଭୂତଳ ମାର୍ଗ ରହିଛି | ଷ୍ଟେସନ ବିଲ୍ଡିଂକୁ ସମ୍ପୂର୍ଣ୍ଣ ଏଲଇଡି ଆଲୋକ ସହ ବ୍ୟବସ୍ଥିତ ପାର୍କିଂ, ଦିବ୍ୟାଙ୍ଗଙ୍କ ପାଇଁ ସ୍ୱତନ୍ତ୍ର କକ୍ଷ, ବୈଦ୍ୟୁତିକ ଯାନ ପାଇଁ ଚାର୍ଜିଂ ପଏଣ୍ଟ ପ୍ରସ୍ତୁତ କରାଯାଇଛି | ଚାରି ଚକିଆ ଯାନ, ଦୁଇ ଚକିଆ ଯାନ, ରିକ୍ସା, ଟ୍ୟାକ୍ସି ଏବଂ ବସ୍ ପାଇଁ ପାର୍କିଂ ଯୋଗାଇ ଦିଆଯାଇଛି।

ସମ୍ବନ୍ଧିତ ଖବର