ପାକିସ୍ତାନକୁ ଚେତାଇଲେ ଜାତିସଂଘ ମହାସଚିବ: କଶ୍ମୀର ଦ୍ବିପାକ୍ଷିକ ପ୍ରସଙ୍ଗ, ଆଲୋଚନା ହିଁ ଏକମାତ୍ର ପନ୍ଥା

ଜାତିସଂଘ: ଜାତିସଂଘ ସାଧାରଣ ପରିଷଦର ଅଧିବେଶନ ଆରମ୍ଭ ହେବା ପୂର୍ବରୁ ମହାସଚିବ ଏଣ୍ଟୋନିଓ ଗୁଟ୍‌ରେସ ପାକିସ୍ତାନକୁ କଶ୍ମୀର ମାମଲାରେ ଚେତାଇ ଦେଇଛନ୍ତି। କଶ୍ମୀର ମାମଲା ସଂପୂର୍ଣ୍ଣ ଭାବେ ଦ୍ବିପାକ୍ଷିକ ପ୍ରସଙ୍ଗ ହୋଇଥିବାରୁ ଏଥିରେ ଜାତିସଂଘ ହସ୍ତକ୍ଷେପ କରିବ ନାହିଁ ବୋଲି ସେ କହିଛନ୍ତି। କଶ୍ମୀର ସମସ୍ୟାର ସମାଧାନ ପାଇଁ ଉଭୟ ଭାରତ ଓ ପାକିସ୍ତାନ ନିଜ ମଧ୍ୟରେ କଥାବାର୍ତ୍ତା କରି ସମାଧାନର ରାସ୍ତା ବାହାର କରିବାକୁ ହେବ ବୋଲି ସେ କହିଛନ୍ତି। ଜାତିସଂଘ ମହାସଚିବ ପାକିସ୍ତାନର ଆବେଦନ ଉପରେ ଆଜି ସ୍ଥିତି ସ୍ପଷ୍ଟ କରିବାରୁ କଶ୍ମୀର ନେଇ ଆନୁଷ୍ଠାନିକ ଆଲୋଚନା କରାଇବାକୁ ପାକିସ୍ତାନର ଉଦ୍ୟମ ପଣ୍ଡ ହୋଇଯାଇଛି। ଜାତିସଂଘରେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ଗୁଟ୍‌ରେସ କହିଛନ୍ତି ଯେ ଉଭୟ ପକ୍ଷ ସ୍ବୀକାର କଲେ ହିଁ ଜାତିସଂଘ ଏଥିରେ ହସ୍ତକ୍ଷେପ କରିପାରିବ। ତେଣୁ ଏହି ଦ୍ବିପାକ୍ଷିକ ପ୍ରସଙ୍ଗରେ ଜାତିସଂଘ ନିଜ ଆଡ଼ୁ କୌଣସି ହସ୍ତକ୍ଷେପ କରବ ନାହିଁ ବୋଲି ସେ କହିଛନ୍ତି। କଶ୍ମୀରରୁ ଧାରା ୩୭୦ ହଟାଯିବା ସଂପୂର୍ଣ୍ଣ ଭାବେ ଭାରତର ଆଭ୍ୟନ୍ତରୀଣ ପ୍ରସଙ୍ଗ ହୋଇଥିବାରୁ ଏହି ମାମଲାରେ ପାକିସ୍ତାନ କୌଣସି ମତ ରଖିବା ଅଧିକାର ରଖୁନାହିଁ ବୋଲି ଭାରତ ଜାତିସଂଘରେ କହିଛି।

ସମ୍ବନ୍ଧିତ ଖବର