ସିିରିଆରେ ଆମେରିକା ସେନା ଦ୍ୱାରା ଆଇଏସଆଇଏସର କୁଖ୍ୟାତ ଆତଙ୍କବାଦୀ ମୁଖିଆ ଅବୁ ବକର ଅଲ ବାଗଦାଦି ନିହତ

ନୂଆଦିଲ୍ଲୀ: ଆତଙ୍କବାଦୀ ସଂଗଠନ ଆଇଏସଆଇଏସର ମୋଷ୍ଟ୍‍ ଓ୍ଵାଣ୍ଟେଡ୍‌ ଆତଙ୍କବାଦୀ ମୁଖିଆ ଅବୁ ବକର ଅଲ ବାଗଦାଦି ନିହତ ହୋଇଥିବା ସୂଚନା ରହିଛି। ଆମେରିକାର ସେନା ଅପରେସନରେ ବାଗଦାଦି ନିହତ ହୋଇଥିବା ନେଇ ଅନ୍ତର୍ଜାତୀୟ ଗଣମାଧ୍ୟମରେ ରିପୋର୍ଟ ଆସୁଛି। ସିରିୟାର ଇବିବରେ ଆମେରିକା ସେନା ଚଳାଇଥିଲା ଆଇଏସଆଇଏସ ଆତଙ୍କବାଦୀଙ୍କ ବିରୋଧରେ ବଡ଼ ଧରଣର ଅପରେସନ।

ତେବେ ଅନୁମାନ କରାଯାଉଛି ଅପରେସନରେ ଏହି ଶୀର୍ଷ ଆତଙ୍କୀ ନେତା ନିହତ ହୋଇଛି। ଏହି ଖବର ଆସିବା ପରେ ପରେ ଆମେରିକା ରାଷ୍ଟ୍ରପତି ଡୋନାଲ୍‌ଡ ଟ୍ରମ୍ପ ଏକ ଟୁଇଟ୍‌ କରିଥିଲେ। ସକାଳୁ ସକାଳୁ ଆସିଥିବା ଟ୍ରମ୍ପଙ୍କ ଟୁଇଟରେ ଲେଖାଥିଲା କିଛି ବଡ଼ ଗୋଟେ ଘଟିଛି। ଟ୍ରମ୍ପଙ୍କ ଏହି ଟୁଇଟ୍‌ ବାଗଦାଦି ନିହତ ଦିଗକୁ ସୂଚାଉଛି ବୋଲି ଚର୍ଚ୍ଚା ହେଉଛି।

ଆମେରିକା ଗଣମାଧ୍ୟମର ସୂଚନା ଅନୁସାରେ ନିକଟରେ ଆଇଏସଆଇଏସ ମୁଖିଆ ଅବୁ ବକର ଅଲବାଗଦାଦିକୁ ଟାର୍ଗେଟ କରି ତା ବିରୋଧରେ ରାଷ୍ଟ୍ରପତି ଟ୍ରମ୍ପ ଏକ ସ୍ୱତନ୍ତ୍ର ଅପରେସନ ପାଇଁ ଅନୁମତି ଦେଇଥିଲେ। ଏଥିରେ ଆମେରିକା ସେନାକୁ ସଫଳତା ମିଳିଥିବା ଚର୍ଚ୍ଚା ହେଉଛି। ଏନେଇ ପେଣ୍ଟାଗନ୍‌ କୌଣସି ମତମତ ରଖିବାକୁ ମନା କରିଛି।

ସମ୍ବନ୍ଧିତ ଖବର