ହ୍ୟୁଷ୍ଟନ୍‌ରେ ଚୀନ୍‌ ଦୂତାବାସ ବନ୍ଦ ନିର୍ଦ୍ଦେଶ ଦେଲା ଆମେରିକା

ବେଜିଂ : ଚୀନ୍‌ ଏବଂ ଆମେରିକା ମଧ୍ୟରେ ଏକ ବଡ଼ କୁଟନୈତିକ ବିବାଦ ଆରମ୍ଭ ହୋଇଯାଇଛି। ହ୍ୟୁଷ୍ଟ୍‌ନ୍‌ ସ୍ଥିତ ଚୀନ୍‌ ଦୁତାବାସ ବନ୍ଦ କରିବାପାଇଁ ଆମେରିକା ନିର୍ଦ୍ଦେଶ ଦେବାପରେ ଚୀନ୍‌ ଉତ୍‌କ୍ଷିପ୍ତ ହୋଇଉଠିଛି। ଆମେରିକା ସାଇବର୍‌ ଗୁଇନ୍ଦା ବିଭାଗର ତଥ୍ୟ ଦର୍ଶାଇ କହିଛି ‌ଯେ, ଆମେରିକାର ବୌଦ୍ଧିକ ସମ୍ପଦ ଏବଂ ବ୍ୟକ୍ତିଗତ ସୂଚନାକୁ ସୁରକ୍ଷିତ ରଖିବାପାଇଁ ଏଭଳି ନିଷ୍ପତ୍ତି ନିଆଯାଇଛି। ତେବେ ଆମେରିକାର ଏହି ନିଷ୍ପତ୍ତିରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ କରି ଚୀନ୍‌ ବିଦେଶ ମନ୍ତ୍ରାଳୟ ମୁଖପାତ୍ର ୱାଙ୍ଗ୍‌ ୱେନବିନ୍‌ କହିଛନ୍ତି, ଏହା ଅତ୍ୟନ୍ତ ଅପ୍ରତ୍ୟାଶିତ ପଦକ୍ଷେପ ଏବଂ ଚୀନ୍‌ ଏହାର ଜବାବରେ କଡ଼ା ପଦକ୍ଷେପ ଗ୍ରହଣ କରିବ। ଆମେରିକା ଏଭଳି ଭୁଲ୍‌ ନିଷ୍ପତ୍ତି ପ୍ରତ୍ୟାହାର କରିନେଉ ବୋଲି ଚୀନ୍‌ ଦାବି କରିଛି। ଅନ୍ୟଥା ଚୀନ୍‌ ଯେଉଁ ପଦକ୍ଷେପ ଗ୍ରହଣ କରିବ ସେଥିପାଇଁ ଆମେରିକାକୁ ଭୟଙ୍କର ପରିଣାମ ଭୋଗିବାକୁ ପଡ଼ିବ ବୋଲି ଚୀନ୍‌ ବିଦେଶ ମନ୍ତ୍ରାଳୟ ମୁଖପାତ୍ର ଚେତାଇ ଦେଇଛନ୍ତି।

ସମ୍ବନ୍ଧିତ ଖବର