ନୂଆଦିଲ୍ଲୀ : ଭାରତ-ରୁଷ୍ ମଧ୍ୟରେ ମହାଶକ୍ତିଶାଳୀ ଏସ୍-୪୦୦ କ୍ଷେପଣାସ୍ତ୍ର ବ୍ୟବସ୍ଥା କାରବାରକୁ ନେଇ ଆମେରିକାର ଚିନ୍ତା ପ୍ରକଟ କରିଛି। ଆମେରିକାର କୌଣସି ଚାପକୁ ଭୃକ୍ଷେପ ନକରି ଭାରତ ରୁଷ୍ ସହିତ ଏହି କ୍ଷେପଣାସ୍ତ୍ର ବ୍ୟବସ୍ଥା କ୍ରୟ ଚୁକ୍ତି ସଂପାଦିତ କରିଥିବାରୁ ଏହା ଅସ୍ଥିରତା ବଢ଼ାଇବ ବୋଲି ଆମେରିକା କହିଛି। ରୁଷ୍ର ଭୂମିକା ଅସ୍ଥିରତା ବଢ଼ାଉଛି ବୋଲି ଆମେରିକା ବୈଦେଶିକ ବିଭାଗ ମୁଖପାତ୍ର ନେଡ୍ ପ୍ରାଇସ୍ କହିଛନ୍ତି।
ତେବେ ଜାତୀୟ ନିରାପତ୍ତାକୁ ଦୃଷ୍ଟିରେ ରଖି ଭାରତ ଏସ୍-୪୦୦ ଚୁକ୍ତି ସଂପନ୍ନ କରିଛି ବୋଲି ଭାରତ ପୂର୍ବରୁ ସ୍ପଷ୍ଟ କରିସାରିଛି। ଏହି କ୍ଷେପଣାସ୍ତ୍ର ପ୍ରତିରକ୍ଷା ବ୍ୟବସ୍ଥା ପାଇଁ ରୁଷ୍ ସହିତ ଭାରତର ହୋଇଥିବା ଚୁକ୍ତି ପୂର୍ବ ନିର୍ଦ୍ଧାରିତ ଏବଂ ଏଥିରେ କୌଣସି ପରିବର୍ତ୍ତନର ପ୍ରଶ୍ନ ନାହିଁ ବୋଲି ଭାରତ କହିଛି। ଏବେ ୟୁକ୍ରେନ୍କୁ ନେଇ ରୁଷ୍-ଆମେରିକା ମଧ୍ୟରେ ତୀବ୍ର ଉତ୍ତେଜନାପୂର୍ଣ୍ଣ ସ୍ଥିତି ଲାଗି ରହିଛି।