ନ୍ୟୁୟର୍କ: ଆମେରିକା ଏବଂ ଇରାନ୍ ମଧ୍ୟରେ ତୀବ୍ର ଉତ୍ତେଜନାପୂର୍ଣ୍ଣ ସ୍ଥିତି ଲାଗି ରହିଥିବାରୁ ଆଜି ଏଥିରେ ଜାତିସଂଘ ହସ୍ତକ୍ଷେପ କରିଛି। ଉଭୟ ରାଷ୍ଟ୍ର ଶାନ୍ତି ରକ୍ଷା ଦିଗରେ ତତ୍କାଳ ପଦକ୍ଷେପ ଗ୍ରହଣ କରିବା ଅତି ଜରୁରୀ ବୋଲି ଜାତିସଂଘ ଚେତାଇ ଦେବା ସହ ବର୍ତ୍ତମାନ ବିଶ୍ବ ଯୁଦ୍ଧକୁ ବରଦାସ୍ତ କରିବ ନାହିଁ ବୋଲି କହିଛି। ଜାତିସଂଘ ମହାସଚିବ ଏଣ୍ଟୋନିଓ ଗୁଟେରେସ୍ଙ୍କ ପକ୍ଷରୁ ଆଜି ଜାରି ହୋଇଥିବା ବୟାନରେ କୁହାଯାଇଛି ଯେ ଉଭୟ ରାଷ୍ଟ୍ରର ପଦକ୍ଷେପ ଏବେ ଶାନ୍ତି ପ୍ରୟାସ ଦିଗରେ ହେବା ଉଚିତ। ଆଲୋଚନା ମାଧ୍ୟମରେ ହିଁ ବିବାଦର ସମାଧାନ ହୋଇପାରିବ ଏବଂ ସାମରିକ ଶକ୍ତି ପ୍ରୟୋଗ ଦ୍ବାରା ମାମଲା ଜଟିଳ ରୂପ ନେବ ବୋଲି ଜାତିସଂଘ ମହାସଚିବ କହିଛନ୍ତି।
ଜାତିସଂଘର ଚେତାବନୀ, ଯୁଦ୍ଧକୁ ବିଶ୍ବ ବରଦାସ୍ତ କରିବ ନାହିଁ
/sambad/media/post_attachments/wp-content/uploads/2020/01/sfghsfh7sfhsf8hsf98hsf98h7fs65h7465fh456cf4hf65s4h65sfhshfhsfhsfhsf.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)