ଚୀନକୁ ସବୁକ୍ଷେତ୍ରରେ ବିରୋଧ କରିବ ଆମେରିକା

ନୂଆଦିଲ୍ଲୀ : ଭାରତ ସହିତ ଏପରି ବିସ୍ତାରିତ ସୀମା ଦାବି ସମେତ ଚୀନ୍‌ର ଯାବତୀୟ ଆକ୍ରାମଣାତ୍ମକ କାର୍ଯ୍ୟକ୍ରମକୁ ଆମେରିକା ବିରୋଧ କରିବ ବୋଲି ଆମେରିକା ବୈଦେଶିକ ମନ୍ତ୍ରଣାଳୟର ଉପସଚିବ ଷ୍ଟିଫେନ୍‌ ବିଗେନ୍‌ କହିଛନ୍ତି। ବାସ୍ତବରେ ଚୀନ୍‌ ସମ୍ପ୍ରତି ବିଭିନ୍ନ କ୍ଷେତ୍ରରେ ଯୁଦ୍ଧଖୋର ମନୋଭାବ ପୋଷଣ କରୁଛି। କାହାଠାରୁ ବୈଷୟିକ ଜ୍ଞାନକୌଶଳ ଚୋରି ଠାରୁ ଆରମ୍ଭ କରି ଅନ୍ୟ ଦେଶର ସୀମାରେ ହସ୍ତକ୍ଷେପ କରି ସେମାନଙ୍କର ସାର୍ବଭୌମତ୍ବରେ ଆଞ୍ଚ ଆଣୁଛି। ତେବେ ଆମେରିକା ଏଭଳି ଉଦ୍ୟମକୁ ବରଦାସ୍ତ କରିବ ନାହିଁ ବୋଲି ବିଗେନ୍‌ କହିଛନ୍ତି। ଏବେ କେବଳ ପ୍ରତିରକ୍ଷା କ୍ଷେତ୍ରରେ ଆମେରିକା ଚୀନ୍‌କୁ ବିରୋଧ କରୁଥିବା ବେଳେ ଆଗକୁ ସବୁ କ୍ଷେତ୍ରରେ ଅନୁରୂପ ମନୋଭାବ ପୋଷଣ କରିବ ବୋଲି ସେ କହିଛନ୍ତି।

ସମ୍ବନ୍ଧିତ ଖବର