ସୀମା ବିବାଦ ପ୍ରସଙ୍ଗରେ ଭାରତକୁ ସମର୍ଥନ କରିବ ଆମେରିକା

ଓ୍ୱା‌ାସିଂଟନ : ଭାରତ-ଚୀନ୍‌ ସୀମା ବିବାଦ ପ୍ରସଙ୍ଗରେ ଆମେରିକା ଭାରତକୁ ସମର୍ଥନ ଯୋଗାଇ ଦେବ ବୋଲି ଆମେରିକା ରାଷ୍ଟ୍ରପତିଙ୍କ କାର୍ଯ୍ୟାଳୟ ସୂତ୍ରରୁ କୁହାଯାଇଛି। କରୋନା ମହାମାରୀ ସମୟରେ ଚୀନ୍‌ର ଔଦ୍ଧତ୍ୟ ବଢ଼ିଛି। ଦୁଇ ଦେଶ ଶାନ୍ତି ଆଲୋଚନା ମାଧ୍ୟମରେ ସମାଧାନର ସୂତ୍ର ବାହାର କରିବାକୁ ଆମେରିକା ପକ୍ଷରୁ ପରାମର୍ଶ ଦିଆଯାଇଛି। ଅପରପକ୍ଷେ, ଆମେରିକା-ଭାରତ ମଧ୍ୟରେ ଦ୍ବିପାକ୍ଷିକ ସମ୍ପର୍କ ଅଧିକ ମଜବୁତ ହେବ ବୋଲି ଆମେରିକା ରାଷ୍ଟ୍ରପତିଙ୍କ କାର୍ଯ୍ୟାଳୟର ଉପ ସହାୟିକା ଲିସା କର୍ଟିସ୍‌ କହିଛନ୍ତି। ଚୀନ୍‌-ଭାରତ ସୀମା ବିବାଦ ପରିପ୍ରେକ୍ଷୀରେ ଆମେରିକା ଭାରତକୁ ସମସ୍ତ ପ୍ରକାର ନୈତିକ ସମର୍ଥନ ଯୋଗାଇ ଦେବ ବୋଲି କର୍ଟିସ ସ୍ପଷ୍ଟ କରିଛନ୍ତି।

ସମ୍ବନ୍ଧିତ ଖବର