ନୂଆଦିଲ୍ଲୀ: କରୋନାଭାଇରସ୍ ସଂକ୍ରମଣକୁ ବ୍ୟାପିବାକୁ ନ ଦେବା ପାଇଁ ମାର୍ଚ୍ଚରୁ ଅଟକି ରହିଥିବା ବର୍ଷ ଶେଷର ପରୀକ୍ଷାଗୁଡିକ ଏବେ କରାଯାଇପାରିବ | କୋଭିଡ-୧୯ ପ୍ରଟୋକଲ ଅନୁସରଣ କରି ବିଶ୍ୱବିଦ୍ୟାଳୟଏବଂ ଶିକ୍ଷାନୁଷ୍ଠାନଗୁଡିକ ପରୀକ୍ଷା କରାଇପାରିବେ ବୋଲି ଆଜି କେନ୍ଦ୍ର ଗୃହ ମନ୍ତ୍ରାଳୟ କହିଛି। ଦୀର୍ଘ ଦିନ ଧରି ଅଟକି ରହିଥିବା ପରୀକ୍ଷା କରିବା ପାଇଁ ଅନୁମତି ଦେଇ ମନ୍ତ୍ରାଳୟ ଆଜି ଉଚ୍ଚଶିକ୍ଷା ସଚିବଙ୍କୁ ଚିଠି ଲେଖିଛି।

Advertisment

Coronavirus Lockdown Guidelines for CBSE, ICSE Class 10, Class 12 ... The Financial Express

ବିଶ୍ବବିଦ୍ୟାଳୟ ପାଇଁ ୟୁଜିସି ଗାଇଡଲାଇନ ଏବଂ ଏକାଡେମିକ୍ କ୍ୟାଲେଣ୍ଡର ଅନୁଯାୟୀ ଏବଂ କେନ୍ଦ୍ର ସ୍ୱାସ୍ଥ୍ୟ ଏବଂ ପରିବାର କଲ୍ୟାଣ ମନ୍ତ୍ରାଳୟ ଦ୍ୱାରା ଅନୁମୋଦିତ ଷ୍ଟାଣ୍ଡାର୍ଡ ଅପରେଟିଂ ପ୍ରକ୍ରିୟା ଅନୁଯାୟୀ ହିଁ ଚୂଡ଼ାନ୍ତ ପରୀକ୍ଷା କରାଯିବ ବୋଲି ଚିଠିରେ ଦର୍ଶାଯାଇଛି। ଏ ପର୍ଯ୍ୟନ୍ତ ମହାରାଷ୍ଟ୍ର, ମଧ୍ୟପ୍ରଦେଶ, ଓଡ଼ିଶା ଏବଂ ହରିୟାଣା ସମେତ ଅନେକ ରାଜ୍ୟ ଉଚ୍ଚଶିକ୍ଷା ପରୀକ୍ଷାକୁ ବାତିଲ କରି ପୂର୍ବ ପ୍ରଦର୍ଶନ ଆଧାରରେ ଛାତ୍ରଛାତ୍ରୀଙ୍କୁ ପାସ କରାଇବା ପାଇଁ ନିଷ୍ପତ୍ତି ନେଇଥିଲେ।