ହାଇଦ୍ରାବାଦ: ୨୦୧୮ ମସିହା ମାର୍ଚ ୩୧ ତାରିଖ ସୁଦ୍ଧା ଶେଷ ହୋଇଥିବା ସମୟ ଅବଧି ମଧ୍ୟରେ ଘଟିଥିବା ଯୌନ ଶୋଷଣ ମାମଲାଗୁଡ଼ିକର ଏକ ବାର୍ଷିକ ବିବରଣୀ ପଠାଇବାକୁ ବିଶ୍ୱବିଦ୍ୟାଳୟଗୁଡ଼ିକୁ ନିଦେର୍ଶ ଦେଇଛି ବିଶ୍ୱ ବିଦ୍ୟାଳୟ ମଞ୍ଜୁରି କମିସନ୍। କେତେ ସଂଖ୍ୟକ ଯୌନ ଶୋଷଣ ବିଷୟରେ କମିଟିକୁ ଖବର ମିଳିଛି, କେତେ ସଂଖ୍ୟକ ମାମଲା ସମାଧାନ ହୋଇଛି ଏବଂ ୯୦ ଦିନରୁ ଅଧିକ ସମୟ ଧରି କେତେ ସଂଖ୍ୟକ ମାମଲା ପଡ଼ି ରହିଛି ତା’ର ତଥ୍ୟ ଯୋଗାଇବେ ବିଶ୍ୱବିଦ୍ୟାଳୟ।
ଯୌନ ଶୋଷଣ ଅଭିଯୋଗ ସଂକ୍ରାନ୍ତ ରିପୋର୍ଟ ଉପରେ ବିଶ୍ୱବିଦ୍ୟାଳୟମାନେ କି, ପଦକ୍ଷେପ ନେଇଛନ୍ତି ତା’ର ମଧ୍ୟ ରିପୋର୍ଟ ଦେବେ ବିଶ୍ୱବିଦ୍ୟାଳୟ ସବୁ। ଉଲ୍ଲେଖ କରାଯାଇଥିବା ସମୟ ଅବଧି ମଧ୍ୟରେ ଯୌନ ଶୋଷଣ ବିରୋଧରେ ଏବଂ ସଚେତନତା ସକାଶ କେତେ ସଂଖ୍ୟକ କର୍ମଶାଳା ଅନୁଷ୍ଠିତ ହୋଇଛି ସେ ସବୁର ତଥ୍ୟ ମଧ୍ୟ ରିପୋର୍ଟରେ ରହିବା ଉଚିତ। ବିଶ୍ୱବିଦ୍ୟାଳୟ ସବୁ ସେମାନଙ୍କ ‘ଇଣ୍ଟର୍ନାଲ୍ କମ୍ପ୍ଲାଣ୍ଟ୍ସ୍ କମିଟି’ର ସମ୍ବିଧାନର ଟିକିନିଖି ବିବରଣୀ ମଧ୍ୟ ୟୁଜିସିକୁ ପଠାଇବା କୁହାଯାଇଛି।
ୟୁଜିସି ରେଗୁଲେସନ୍ସ୍, ୨୦୧୫ ଅନୁଯାୟୀ ଏହି ବାର୍ଷିକ ବିବରଣୀ ପୂରଣ କରାଯିବ। ଏହି ରେଗୁଲେସନ୍ ହେଉଛି ‘ପ୍ରିଭେନ୍ସନ୍, ପ୍ରୋହିବିସନ୍ ଆଣ୍ଡ୍ ରିଡ୍ରେସାଲ୍ ଅଫ୍ ସେକ୍ସୁଆଲ୍ ହାରାସ୍ମେଣ୍ଟ୍ ଅଫ୍ ଓ୍ଵିମିନ୍ ଏମ୍ପ୍ଲଇଜ୍ ଆଣ୍ଡ୍ ଷ୍ଟୁଡେଣ୍ଟ୍ସ୍ ଇନ୍ ହାଇୟର୍ ଏଡୁକେସ୍ନାଲ୍ ଇନ୍ଷ୍ଟିଚ୍ୟୁସନ୍ସ୍। ଲିଙ୍ଗ ଭିତ୍ତିକ ହିଂସାର ପ୍ରତିକାର କରିବା ଓ ଲିଙ୍ଗ ସମ୍ପେଦିକରଣ କାର୍ଯ୍ୟକ୍ରମ ପରିଚାଳନା କରିବା ପାଇଁ କଲେଜ ଓ ବିଶ୍ୱବିଦ୍ୟାଳୟ ନିଜର ଅଭ୍ୟନ୍ତର ଅଭିଯୋଗ କମିଟି ଏବଂ ସ୍ପେସାଲ୍ ସେଲ୍ ଗଠନ କରିବା ବାଧ୍ୟତାମୂଳକ ବୋଲି ପୂର୍ବରୁ ୟୁଜିସି କହିଥିଲା।