ଏହି କଲେଜରେ ଗଞ୍ଜେଇ ମଧ୍ୟ ଫୁଙ୍କି ପାରିବେ ଛାତ୍ର-ଛାତ୍ରୀ, ବିଶ୍ୱବିଦ୍ୟାଳୟ ଦେଲା ଅନୁମତି

ନୂଆଦିଲ୍ଲୀ: କାନାଡ଼ାର ପ୍ରସିଦ୍ଧ ବିଶ୍ୱବିଦ୍ୟାଳୟ ୟୁନିଭର୍‌ସିଟି ଅଫ୍‌ ବ୍ରିଟିଶ କଲମ୍ବିଆର ପରିସର ମଧ୍ୟରେ ଖୁବ୍‌ ଶୀଘ୍ର ଛାତ୍ର-ଛାତ୍ରୀମାନେ ଗଞ୍ଜେଇ ଟାଣି ପାରିବେ । ବିଶ୍ୱବିଦ୍ୟାଳୟର ପ୍ରଶାସନ ଛାତ୍ର-ଛାତ୍ରୀମାନଙ୍କୁ ଏଥିପାଇଁ ଅନୁମତି ଦେଇଥିବା ଜଣା ପଡ଼ିଛି । ଏହା ସହ ଅକ୍ଟୋବର ୧୭ରେ କାନାଡ଼ାରେ ଗଞ୍ଜେଇକୁ ଆଇନ ସମ୍ମତ କରାଯିବ ବୋଲି ଜଣା ପଡ଼ିଛି ।

ଗଞ୍ଜେଇକୁ ଆଇନ ସମ୍ମତ କରାଯିବା ସହ ଏବେ ଛାତ୍ର-ଛାତ୍ରୀମାନେ ସବୁ ସ୍ଥାନରେ ନୁହେଁ ବରଂ ବିଶ୍ୱବିଦ୍ୟାଳୟରେ ରଖା ଯାଇଥିବା ବିଶେଷ ସ୍ଥାନମାନଙ୍କରେ ହିଁ ଗଞ୍ଜେଇ ଟାଣି ପାରିବେ । କ୍ୟାମ୍ପସ ବିଲ୍‌ଡ଼ିଂ ବା କ୍ଲାସ୍‌ରୁମ୍‌ ମଧ୍ୟରେ ଛାତ୍ର-ଛାତ୍ରୀମାନେ ଗଞ୍ଜେଇ ଟାଣି ପାରିବେ ନାହିଁ ବୋଲି ପ୍ରତିବନ୍ଧକ ଲଗା ଯାଇଛି । ଏହି ନିଷ୍ପତ୍ତି ନିଆଯିବା ପରେ ବିଶ୍ୱବିଦ୍ୟାଳୟର ଛାତ୍ର-ଛାତ୍ରୀମାନଙ୍କର ମିଶ୍ର ପ୍ରତିକ୍ରିୟା ଆସିଛି । କିଛି ଏହାକୁ ସମର୍ଥନ ଜଣାଇଥିବା ବେଳେ କିଛି ଏହାକୁ ବିରୋଧ କରିଛନ୍ତି ।

Daily Hive

ସୂଚନା ମୁତାବକ, କାନାଡ଼ାରେ ୨୬୦ଟି ବିଶ୍ୱବିଦ୍ୟାଳୟ ଏବଂ କଲେଜ ଥିବା ବେଳେ ୬୫ଟି କ୍ୟାମ୍ପସରେ ଧୂମପାନକୁ ଆଇନ ସମ୍ମତ କରାଯାଇଛି । ଏକ ରିପୋର୍ଟରୁ ଗଞ୍ଜେଇରୁ ଶରୀରକୁ ମିଳୁଥିବା ଫାଇଦା ବିଷୟରେ ଜଣା ପଡ଼ିବା ପରେ ଅନେକ ଦେଶରେ ଗଞ୍ଜେଇକୁ ଆଇନସମ୍ମତ କରିବା ପାଇଁ ଅପିଲ କରାଯାଇଥିବା ବେଳେ କାନାଡ଼ାରେ ଏହାକୁ ଆଇନସମ୍ମତ କରାଯିବା ପାଇଁ ଘୋଷଣା କରାଯାଇଛି । ତେବେ ଗଞ୍ଜେଇ ସେବନ ଦ୍ୱାରା ମାନସିକ ରୋଗ ହେବାର ଆଶଙ୍କା ରହୁଥିବା ଏ ନେଇ ଅନେକ ଦେଶ କୌଣସି ନିଷ୍ପତ୍ତି ନେଇ ପାରୁ ନଥିବା ଜଣା ପଡ଼ିଛି ।

ସମ୍ବନ୍ଧିତ ଖବର