ଅନ୍‌ଲକ୍‌-୧: ଖୋଲିଲା ଅନେକ ଧାର୍ମିକସ୍ଥଳୀ; ଅନେକ ପ୍ରସିଦ୍ଧ ମନ୍ଦିର ଏବେ ବି ବନ୍ଦ

ନୂଆଦିଲ୍ଲୀ: ଦେଶରେ ଦୀର୍ଘ ଦିନ ଧରି ଲକ୍‌ଡାଉନ୍‌ ଜାରି ହେବା ପ‌େରେ ଏବେ ଅନ୍‌ଲକ୍‌-୧ ଆରମ୍ଭ ହୋଇଛି। ଏହି ଅନ୍‌ଲକ୍‌-୧ ଲାଗୁ ହେବା ପରେ ଦେଶର ଅନେକ ସ୍ଥାନରେ ରେ‌ଷ୍ଟୁରାଣ୍ଟ୍‌, ମଲ୍‌ ଏବଂ ଧାର୍ମିକସ୍ଥଳୀଗୁଡ଼ିକ ଖୋଲିବା ଆରମ୍ଭ ହୋଇଛି। ମାତ୍ର ଏବେ ବି କିଛି ପ୍ରସିଦ୍ଧ ମନ୍ଦିର ବନ୍ଦ୍‌ ରହିଛି।

ସେହି ମନ୍ଦିର ଭିତରେ ରହିିଛି ବହୁ ପ୍ରସିଦ୍ଧ କାଶି ବିଶ୍ବନାଥ ମନ୍ଦିର, ଜମ୍ମୁ-କଶ୍ମୀରର ବୈଷ୍ନୋ ଦେବୀ ମନ୍ଦିର, ମଥୁରାର ବାଙ୍କେ ବିହାର ମନ୍ଦିର, ପଞ୍ଚକୁଲାର ମନଷା ଦେବୀ ମନ୍ଦିର ଇତ୍ୟାଦି। ସେହିପରି ଲକ୍ଷୌର ପ୍ରସିଦ୍ଧ ଅସିଫି ମସ୍‌ଜିଦ୍‌ ବି ଅନ୍‌ଲକ୍‌-୧ରେ ବନ୍ଦ ରହିଛି।

The Economic Times

ବାଙ୍କେ ବିହାରି ମନ୍ଦିର ଜୁନ୍‌ ୩୦ ପର୍ଯ୍ୟନ୍ତ ବନ୍ଦ୍‌ ରହିବ ବୋଲି ସୂଚନା ରହିଥିବା ବେଳେ କାଶୀ ବିଶ୍ବନାଥ ଓ ମନ୍‌ଷା ଦେବୀ ମନ୍ଦିର ମଙ୍ଗଳବାରଠାରୁ ଖେ‌ାଲିବ ବୋଲି ସୂଚନା ରହିଛି। ଏହି ସବୁ ସ୍ଥ‌ାନରେ ପ୍ରବଳ ଲୋକ ଭିଡ଼ ହୋଇଥାଏ। ଏଠାରେ କରୋନା ସଂକ୍ରମଣର ଭୟ ଥିବା କାରଣରୁ ଏସବୁ ଧାର୍ମିକସ୍ଥଳୀକୁ ଟିକେ ବିଳମ୍ବରେ ଖୋଲିବା ପାଇଁ ସରକାର ନିଷ୍ପତ୍ତି ନେଇଛନ୍ତି।

ସୋମବାର ଦେଶର ବହୁ ଧାର୍ମିକସ୍ଥଳୀ ଖୋଲିଯିବା ପରେ ଭକ୍ତଙ୍କର ପ୍ରବଳ ଭିଡ଼ ଦେଖିବାକୁ ମିଳିଛି। ମାତ୍ର ସାମାଜିକ ଦୂରତ୍ବ ସମେତ କରୋନା ମୁକାବିଲା ପାଇଁ ରହିଥିବା ଅନ୍ୟ ସମସ୍ତ ନିୟମକୁ ମାନିିବା ଏବେ ବି ବାଧ୍ୟତାମୂଳକ ରହିଛି।

କେବଳ ଫେସ୍‌ମାସ୍କ ପିନ୍ଧିଥିବା ଭକ୍ତମାନଙ୍କୁ ମନ୍ଦିର ଭିତରକୁ ପ୍ରବେଶ ଅନୁମତି ମିଳୁଛି। ଫୁଲମାଳ ଚଢ଼ାଇବା ଓ ପ୍ରସାଦ ଲଗାଇବା ଆଦିର ଅନୁମତି ଏବେ ବି ମିଳିନାହିଁ।

ସମ୍ବନ୍ଧିତ ଖବର