ଅନ୍ତଃରାଜ୍ୟ ଓ ରାଜ୍ୟ ମଧ୍ୟରେ ନିର୍ବିଘ୍ନରେ ଲୋକ ଓ ମାଲ ପରିବହନକୁ ଅନୁମତି ଦିଅ : ରାଜ୍ୟମାନଙ୍କୁ ଲେଖିଲା କେନ୍ଦ୍ର ଗୃହ ମନ୍ତ୍ରାଳୟ

ନୂଆଦିଲ୍ଲୀ : କେତେକ ରାଜ୍ୟ ଅନଲକ ୩.୦ ଗାଇଡ ଲାଇନକୁ ଠିକଭାବେ ମାନୁନଥିବାରୁ କେନ୍ଦ୍ର ଗୃହମନ୍ତ୍ରାଳୟ ପତ୍ର ଲେଖି ତାଗିଦ କରିଛି । ରାଜ୍ୟ ସରକାରମାନେ ରାଜ୍ୟ ମଧ୍ୟରେ ଓ ରାଜ୍ୟ-ରାଜ୍ୟ ମଧ୍ୟରେ ନିର୍ବିଘ୍ନରେ ଲୋକ ଓ ମାଲ ପରିବହନକୁ ଅନୁମତି ଦେବା ଆବଶ୍ୟକ ।
କେନ୍ଦ୍ର ଗୃହ ସଚିବ ଅଜୟ ଭଲ୍ଲା ଏକ ପତ୍ର ଲେଖି ସବୁ ରାଜ୍ୟର ମୁଖ୍ୟ ସଚିବମାନଙ୍କୁ ଜଣାଇଛନ୍ତି ଯେ ରାଜ୍ୟ ସରକାରମାନେ ରାଜ୍ୟ ମଧ୍ୟରେ ଓ ରାଜ୍ୟ-ରାଜ୍ୟ ମଧ୍ୟରେ ନିର୍ବିଘ୍ନରେ ଲୋକ ଓ ମାଲ ପରିବହନକୁ ଅନୁମତି ଦେବା ଆବଶ୍ୟକ ।

ଏପରି ନ ହେଲେ ତାହା ଅନଲକ ୩.୦ ଗାଇଡଲାଇନର ଉଲ୍ଲଙ୍ଘନ ହେବ । ଏହି ପତ୍ରରେ ସେ ଲେଖିଛନ୍ତି ବିଭିନ୍ନ କେନ୍ଦ୍ର ସରକାରଙ୍କ ସ୍ପଷ୍ଟ ନିର୍ଦ୍ଦେଶ ସତ୍ତ୍ୱେ କେତେକ ରାଜ୍ୟ ଓ ଜିଲ୍ଲା ପ୍ରଶାସନ ଲୋକମାନଙ୍କ ଚଳାଚଳ ଓ ମାଲ ପରିବହନ ଉପରେ କଟକଣା ଲଗାଉଛନ୍ତି । ସ୍ଥାନୀୟ ସ୍ତରରେ ଲାଗୁ କରାଯାଉଥିବା କଟକଣା ଯୋଗୁଁ ସପ୍ଲାଇ ଚେନ ଆଗରେ ପ୍ରତିବନ୍ଧକ ସୃଷ୍ଟି ହେଉଛି ଓ ଏହା ଦ୍ୱାରା ଆର୍ଥିକ କାର୍ଯ୍ୟକଳାପ ପ୍ରଭାବିତ ହେଉଛି । ରାଜ୍ୟ-ରାଜ୍ୟ ଓ ରାଜ୍ୟ ମଧ୍ୟରେ ଲୋକମାନଙ୍କ ଗମନାଗମନ ଓ ମାଲ ପରିବହନ ପାଇଁ କୌଣସି ସ୍ୱତନ୍ତ୍ର ଅନୁମତି, ଇ-ପରମିଟ ଆବଶ୍ୟକ ହେବ ନାହିଁ ।
କେନ୍ଦ୍ର ଗୃହମନ୍ତ୍ରାଳୟ ପକ୍ଷରୁ ଜାରି ଅନଲକ ଗାଇଡଲାଇନ ଗତ ଅଗଷ୍ଟ ୧ରୁ ଲାଗୁ ହୋଇଛି ।

ସମ୍ବନ୍ଧିତ ଖବର