ଶିକ୍ଷା କ୍ଷେତ୍ର ଲାଗି ଅନ୍‌ଲକ୍ ୪.୦ରେ ମିଳିଛି ଅନେକ କୋହଳ

ନୂଆଦିଲ୍ଲୀ: ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳମାନଙ୍କ ସହ ବ୍ୟାପକ ପରାମର୍ଶ ପରେ ସେପ୍ଟମ୍ବର ୩୦ ପର୍ଯ୍ୟନ୍ତ ସ୍କୁଲ୍, କଲେଜ, ଶିକ୍ଷାନୁଷ୍ଠାନ ଓ କୋଚିଙ୍ଗ୍ ପ୍ରତିଷ୍ଠାନ ସବୁ ବନ୍ଦ ରଖିବାକୁ କେନ୍ଦ୍ର ଗୃହମନ୍ତ୍ରାଳୟ ଶନିବାର ଦିନ ଅନ୍‌ଲକ୍ ୪.୦ରେ ଘୋଷଣା କରିଛନ୍ତି। କିନ୍ତୁ, ଅନ୍‌ଲାଇନ୍ ଓ ପତ୍ରବିନିମୟ ଶିକ୍ଷାକୁ ପ୍ରୋତ୍ସାହନ ଦିଆଯିବ। ସେପ୍ଟେମ୍ବର ୨୧ ପରେ ଅନ୍‌ଲାଇନ୍ ପାଠପଢ଼ା/ଟେଲି କାଉନସେଲିଙ୍ଗ୍ ଓ ସେ ସମ୍ବନ୍ଧୀୟ କାର୍ଯ୍ୟ ଲାଗି ସ୍କୁଲ୍‌ମାନଙ୍କୁ ୫୦% ଟିଚିଙ୍ଗ୍ ଷ୍ଟାଫ୍‌ ଆସିବାକୁ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳ ଅନୁମତି ଦେଇ ପାରିବେ।

ସ୍କୁଲ୍ କଲେଜ୍ ସେପ୍ଟେମ୍ବର ୩୦ଯାଏଁ ବନ୍ଦ ରହିବ, କିନ୍ତୁ ଶିକ୍ଷକମାନଙ୍କ ଠାରୁ ଗାଇଡାନ୍ସ୍‌ ପାଇବାକୁ କଣ୍ଟେନ୍‌ମେଣ୍ଟ୍‌ ଜୋନ୍ ଅଞ୍ଚଳ ବାହାରେ ଥିବା ସ୍କୁଲ୍‌ମାନଙ୍କୁ ୯ମ ରୁ ୧୨ଶ ପର୍ଯ୍ୟନ୍ତ ଶ୍ରେଣୀର ଛାତ୍ରଛାତ୍ରୀମାନେ ସ୍କୁଲ୍‌କୁ ଯିବାକୁ ଅନୁମତି ପାଇବେ। କିନ୍ତୁ, ଏହା ସେମାନଙ୍କର ଇଚ୍ଛାଧୀନ। ଏଥିପାଇଁ ସେମାନଙ୍କର ପିତାମାତା ବା ଅଭିଭାବକ ଲିଖିତ ସମ୍ମତି ପ୍ରଦାନ କରିବେ।

ନ୍ୟାସ୍‌ନାଲ୍ ସ୍କିଲ୍‌ ଟ୍ରେନିଙ୍ଗ୍ ଇନ୍‌ଷ୍ଟିଚ୍ୟୁଟ୍ସ୍, ଇଣ୍ଡଷ୍ଟ୍ରିଆଲ୍ ଟ୍ରେନିଙ୍ଗ୍ ଇନ୍‌ଷ୍ଟିଚ୍ୟୁଟ୍, ନ୍ୟାସ୍‌ନାଲ୍ ସ୍କିଲ୍‌ ଡେଭ୍‌ଲପ୍‌ମେଣ୍ଟ୍‌ କର୍ପୋରେସନ୍ କିଂବା ଷ୍ଟେଟ୍ ସ୍କିଲ୍‌ ଡେଭ୍‌ଲପ୍‌ମେଣ୍ଟ୍‌ ମିସନ୍ କିଂବା ଭାରତ କିଂବା ରାଜ୍ୟ ସରକାରଙ୍କ ଅନ୍ୟ ମନ୍ତ୍ରାଳୟରେ ପଞ୍ଜିକୃତ ସ୍ବଳ୍ପମିଆଦୀ ତାଲିମ କେନ୍ଦ୍ରଗୁଡ଼ିକ ଦକ୍ଷତା କିଂବା ଔଦ୍ୟୋଗିକ ତାଲିମ ପାଇଁ ଅନୁମତି ମିଳିବ।

ନ୍ୟାସ୍‌ନାଲ୍ ଇନ୍‌ଷ୍ଟିଚ୍ୟୁଟ୍‌ ଫର୍ ଏଣ୍ଟର୍‌ପ୍ରିନିୟୋର୍ସିପ୍ ଆଣ୍ଡ୍‌ ସ୍ମଲ୍ ବିଜ୍‌ନେସ୍ ଡେଭ୍‌ଲପ୍‌ମେଣ୍ଟ୍‌, ଇଣ୍ଡିଆନ୍ ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ଏଣ୍ଟର୍‌ପ୍ରିନିୟୋର୍ସିପ୍ ଏବଂ ସେମାନଙ୍କର ତାଲିମ ପ୍ରଦାନକାରୀଙ୍କୁ ଅନୁମତି ମିଳିବ।

ରିସର୍ଚ ସ୍କୋଲାର୍ (ପିଏଚ୍‌ଡି) ନିମିତ୍ତ ଉଚ୍ଚ ଶିକ୍ଷା ପ୍ରତିଷ୍ଠାନ ଏବଂ ଲାବ୍ରଟରି/ଏକ୍ସପେରିମେଣ୍ଟ୍‌ ଆବଶ୍ୟକ କରୁଥିବା ବୈଷୟିକ ଓ ବୃତ୍ତିଗତ କାର୍ଯ୍ୟକ୍ରମ ସ୍ନାତକତ୍ତୋର ଛାତ୍ରଛାତ୍ରୀମାନଙ୍କୁ ଅନୁମତି ମିଳିବ। ଗୃହ ବ୍ୟାପାର ମନ୍ତ୍ରାଳୟ ପରାମର୍ଶ, ପରିସ୍ଥିତର ମୂଲ୍ୟାୟନ କ୍ରମେ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳରେ କୋଭିଡ୍-୧୯ ଘଟଣାକୁ ଦୃଷ୍ଟି ଦେଇ ଏଥିପାଇଁ ଉଚ୍ଚ ଶିକ୍ଷା ବିଭାଗ ଅନୁମତି ପ୍ରଦାନ କରିବ।

ସମ୍ବନ୍ଧିତ ଖବର