ଅନଲକ୍ ୫.୦ ନିୟମାବଳୀ ନଭେମ୍ବର ମାସରେ ବି ଲାଗୁ ରହିବ : ଗୃହ ମନ୍ତ୍ରାଳୟ

ନୂଆଦିଲ୍ଲୀ : ଚଳିତ ଅକ୍ଟୋବର ମାସ ପାଇଁ ଲାଗୁ ହୋଇଥିବା ଅନଲକ ୫.୦ ନିୟମାବଳୀ ନଭେମ୍ବର ମାସ ପାଇଁ ମଧ୍ୟ ଲାଗୁ ହେବ । ଏ ସମ୍ପର୍କରେ କେନ୍ଦ୍ର ଗୃହ ମନ୍ତ୍ରାଳୟ ପକ୍ଷରୁ ଘୋଷଣା କରାଯାଇଛି ।

ଆଜି କେନ୍ଦ୍ର ଗୃହ ମନ୍ତ୍ରାଳୟ ପକ୍ଷରୁ ଏକ ନିର୍ଦ୍ଦେଶ ଜାରି କରି କୁହାଯାଇଛି ଯେ ଅନଲକ ୫.୦ର ନିୟମାବଳୀ ଆସନ୍ତା ନଭେମ୍ବର ୩୦ ପର୍ଯ୍ୟନ୍ତ ଲାଗୁ ରହିବ । ଏହା ସହିତ ଚଳିତ ପାର୍ବଣ ଋତୁରେ କୋଭିଡ ଗାଇଡଲାଇନର କଡ଼ାକଡ଼ି ପାଳନ ଲାଗି ପଦକ୍ଷେପ ନେବାକୁ କେନ୍ଦ୍ର ଗୃହ ସଚିବ ଅଜୟ ଭଲ୍ଲା ସବୁ ରାଜ୍ୟର ମୁଖ୍ୟ ସଚିବମାନଙ୍କୁ ପତ୍ରଲେଖି ଅନୁରୋଧ କରିଛନ୍ତି ।

ଗତ ସେପ୍ଟେମ୍ବର ୧୬ରେ କେନ୍ଦ୍ର ଗୃହ ମନ୍ତ୍ରାଳୟ ପକ୍ଷରୁ ଜାରି ଅନଲକ୍ ୫.୦ ଗାଇଡଲାଇନ ଅନୁସାରେ ଅକ୍ଟୋବର ୧୫ରୁ ସାରା ଦେଶରେ ସିନେମା ହଲ ଖୋଲିବାକୁ ଅନୁମତି ଦିଆଯାଇଥିଲା । ତେବେ କଣ୍ଟେନମେଣ୍ଟ ମଧ୍ୟରେ ଆସୁଥିବା ସିନେମା ହଲ ଗୁଡ଼ିକ ବନ୍ଦ ରଖିବାକୁ କୁହାଯାଇଥିଲା । ଅନ୍ୟପକ୍ଷରେ ବାଣିଜ୍ୟିକ ପ୍ରଦର୍ଶନୀଗୁଡ଼ିକର ଆୟୋଜନକୁ ମଧ୍ୟ ଅନୁମତି ଦିଆଯାଇଥିଲା । ସେହିପରି କ୍ରୀଡ଼ାବିତଙ୍କ ଅଭ୍ୟାସ  ପାଇଁ ଉଦ୍ଦିଷ୍ଟ  ସ୍ୱିମିଂ ପୁଲ ମଧ୍ୟ ଖୋଲିବାକୁ ଅନୁମତି ଦିଆଯାଇଥିଲା । ମନୋରଂଜନ  ପାର୍କ ଓ ସମାନ ଧରଣର ପାର୍କ ଗୁଡ଼ିକ ମଧ୍ୟ ଖୋଲିବାକୁ ଅନୁମତି ଦିଆଯାଇଥିଲା  ।  ମାତ୍ର ସ୍କୁଲ ଖୋଲିବା ନିଷ୍ପତ୍ତି ରାଜ୍ୟ ସରକାରଙ୍କ ଉପରେ ଛଡ଼ାଯାଇଥିଲା ।

ସମ୍ବନ୍ଧିତ ଖବର