ମୁମ୍ବାଇ: ମହାରାଷ୍ଟ୍ର ସରକାର ଆସନ୍ତା ସୋମବାରଠାରୁ ରାଜ୍ୟରେ ଅନ୍ଲକ୍ ପ୍ରକ୍ରିୟା ଆରମ୍ଭ କରିବେ। କରୋନା ମହାମାରୀ ପାଇଁ ରାଜ୍ୟରେ ଜାରି ହୋଇଥିବା ଲକଡାଉନକୁ ଧୀରେ ଧୀରେ ୫ଟି ପର୍ଯ୍ୟାୟରେ ଅନ୍ଲକ୍ କରିବା ପାଇଁ ଯୋଜନା ହୋଇଛି। ରାଜ୍ୟର କୋଭିଡ ପଜିଟିଭ ହାର ଏବଂ ଅକ୍ସିଜେନ ଶଯ୍ୟାର ଉପଲବ୍ଧତା ଭିତ୍ତିରେ ଅନ୍ଲକ କରାଯିବ। କୋଭିଡ-୧୯ର ସ୍ଥିତି କେଉଁ ଜିଲ୍ଲାରେ କିଭଳି ରହିଛି ତାହାକୁ ଆଧାର କରି କୋହଳର ମାତ୍ର ସ୍ଥିର କରାଯିବ। ପ୍ରତି ସପ୍ତାହରେ ସ୍ବାସ୍ଥ୍ୟ ବିଭାଗ ସ୍ଥିତ ଆକଳନ କରିବ। ପ୍ରଥମ ପର୍ଯ୍ୟାୟରେ ଯେଉଁ ଜିଲ୍ଲାଗୁଡ଼ିକରେ କୋଭିଡ ପଜିଟିଭ ହାର ୫ ପ୍ରତିଶତରୁ କମ୍ ଏବଂ ଅକ୍ସିଜେନ୍ ଶଯ୍ୟାରେ ରୋଗୀଙ୍କ ସଂଖ୍ୟା ୨୫ ପ୍ରତିଶତରୁ କମ୍ ଥିବ ସେଗୁଡ଼ିକୁ ଖୋଲାଯିବ। ଏସବୁ ଜିଲ୍ଲାକୁ ସଂପୂର୍ଣ୍ଣ ଅନଲକ୍ କରାଯିବ ବୋଲି ଜଣାପଡ଼ିଛି।
ସୋମବାରରୁ ମହାରାଷ୍ଟ୍ରରେ ଅନ୍ଲକ୍ ଆରମ୍ଭ
/sambad/media/post_attachments/wp-content/uploads/2021/05/corona-in-india.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)