ନୂଆଦିଲ୍ଲୀ: ଭାରତ ସୀମା ନିକଟରେ ଥିବା ପାର୍ବତ୍ୟାଞ୍ଚଳରେ ଅଧିକ ସୁବିଧା ଉପଲବ୍ଧ କରିବା ପାଇଁ ଚୀନ ଯୋଜନା ପ୍ରସ୍ତୁତି କରିଛି। ଏଥି ପାଇଁ ଚୀନ ସ୍ୱୟଂଚାଳିତ ପାଣିପାଗ ନିରୀକ୍ଷଣ କେନ୍ଦ୍ର ନିର୍ମାଣ କରିଛି। ଚୀନ ଗଣମାଧ୍ୟମର ରିପୋର୍ଟ ଅନୁସାରେ ୟୁମାଇ ଟାଉନସିପ୍ ନିକଟସ୍ଥ ସୀମାରେ ଏହି ମାନବବିହୀନ ପାଣିପାଗ ନିରୀକ୍ଷଣ କେନ୍ଦ୍ର ନିର୍ମାଣ କରାଯାଇଛି, ଯାହାକି ଜାତୀୟ ପ୍ରତିରକ୍ଷା ବିଭାଗକୁ ପରିବହନ ଓ ଯୋଗାଯୋଗ ଡାଟା ଯୋଗାଇବାରେ ସହାୟକ ହେବ। ଏଥି ସହିତ ଏହି କେନ୍ଦ୍ର ଜରିଆରେ ଆଞ୍ଚଳିକ ପାଣିପାଗ କେନ୍ଦ୍ର ସଂପର୍କରେ ତଥ୍ୟ ଯୋଗାଇବ।
ଭାରତ-ଚୀନ ସୀମାରେ ନିର୍ମିତ ଏହି କେନ୍ଦ୍ର ଜାତୀୟ ପ୍ରତିରକ୍ଷା ବିଭାଗକୁ ତଥ୍ୟ ଯୋଗାଇବ ବୋଲି ତିବ୍ଦତ୍ ପାଣିପାଗ ବ୍ୟୁରୋର ଅଫିସିଆଲ େଓ୍ଵବସାଇଟ୍ରେ ଦର୍ଶାଯାଇଛି। ଯୁଦ୍ଧ ସମୟରେ ହେଉ ଅଥବା ମିସାଇଲ ପରୀକ୍ଷଣ ସମୟରେ ହେଉ ଆଞ୍ଚଳିକ ପାଣିପାଗ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିଭାଇ ଥାଏ। ଏକ ଛୋଟ ପାଣିପାଗ କେନ୍ଦ୍ର ପାଣିପାଗ ସଂପର୍କରେ ନିରୀକ୍ଷଣ କରିବା ନିଶ୍ଚିତ ଭାବେ ଖୁସିର ବିଷୟ ବୋଲି ସେନା ବିଶେଷଜ୍ଞ ସଙ୍ଗ୍ ଜୋଙ୍ଗପିଙ୍ଗ ଗଣମାଧ୍ୟମକୁ କହିଛନ୍ତି।
ସୀମା ବିବାଦ ନେଇ ଭାରତ ଓ ଚୀନ ମଧ୍ୟରେ ୧୯୬୨ ଯୁଦ୍ଧ ହୋଇଥିଲା। ବର୍ଷ ୨୦୧୭ରେ ମଧ୍ୟ ସିକିମ ସୀମାରେ ଭାରତ ଓ ଚୀନ ମଧ୍ୟରେ ବିବାଦ ଦେଖାଯାଇଥିଲା। ଏହା ୨ ମାସ ଧରି ଚାଲିଥିଲା।
କେନ୍ଦ୍ରର ଜଣେ ଅଧିକାରୀ ତାସିନ ନୋରବୁ କହିଛନ୍ତି, ଚୀନ ଦ୍ୱାରା ନିର୍ମିତ ଏହି ପାଣିପାଗ କେନ୍ଦ୍ର ବାୟୁର ତାପମାତ୍ରା, ବାୟୁର ଚାପ, ପବନର ଗତି, ପବନର ଦିଗ, ଗୁଳୁଗୁଳି ଓ ଘଟଣାକୁ ତ୍ୱରାନ୍ଵିତ କରିବା ଆଦି ଆକଳନ କରିବ।