ଲକ୍ଷ୍ନୌ-ଆଗ୍ରା ଏକ୍ସପ୍ରେସରେ ଟ୍ରଲିକୁ ଧକ୍କା ଦେବାଫଳରେ ଯାତ୍ରୀବାହୀ ବସ୍ ଓଲଟିଲା,୫ ମୃତ, ୩୦ରୁ ଉର୍ଦ୍ଧ୍ୱ ଆହତ

ଲକ୍ଷ୍ନୌ: ଉତ୍ତର ପ୍ରଦେଶର  ଲକ୍ଷ୍ନୌ-ଆଗ୍ରା ଏକ୍ସପ୍ରେସ୍ ରାସ୍ତାରେ ଏକ ଦୁର୍ଘଟଣାରେ ୫ ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ୩୦ରୁ ଉର୍ଦ୍ଧ୍ୱ ଯାତ୍ରୀ ଆହତ ହୋଇଥିବାର ଖବର ମିଳିଛି। ମିଳିଥିବା ସୂଚନା ଅନୁଯାୟୀ  ଲକ୍ଷ୍ନୌ-ଆଗ୍ରା ଏକ୍ସପ୍ରେସ୍ରେ ଏକ ଯାତ୍ରୀବାହୀ ବସ୍ ଆଜି ସକାଳେ ଓଲଟି ପଡ଼ିଥିଲା । ଫଳରେ ୫ ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ୨୫ରୁ ଉର୍ଦ୍ଧ୍ୱ ଲୋକ ଆହତ ହୋଇଥିଲେ । ସମସ୍ତ ଆହତଙ୍କୁ ଉଦ୍ଧାର କରାଯାଇ ନିକଟସ୍ଥ ଡାକ୍ତରଖାନାରେ ରେ ଭର୍ତ୍ତି କରାଯାଇଛି ।

ଉକ୍ତ ଯାତ୍ରୀବାହୀ ବସ୍ଟି  ଗୁଡ଼ଗାଓଁରୁ ବିହାର ଆସୁଥିବା ବେଳେ ରାସ୍ତାରେ ଏକ ତରଭୁଜ ବୋଝେଇ ଟ୍ରାକ୍ଟରକୁ ଧକ୍କା ଦେଇଥାଆନ୍ତା । ମାତ୍ର ଏଥିରୁ ବର୍ତ୍ତିବାକୁ ଯାଇ ବସ୍ଟି ନିଜର ଭାରସାମ୍ୟ ହରାଇ ଏକ ଟ୍ରଲିକୁ ଧକ୍କା ଦେଇଥିଲା । ଏହା ଫଳରେ ଯାତ୍ରୀବାହୀ ବସ୍ ଓଲଟି ପଡ଼ିଛି  ଏବଂ ଘଟଣାସ୍ଥଳରେ ହିଁ ୫ ଜଣଙ୍କର ମୃତ୍ୟୁ ହୋଇଛି । ଏଥିରେ ମଧୁବନୀ ବିହାରର ବିଷ୍ଣୁ (୧୦), ବିନୋଦ କୁମାର (୭) ଓ ଦୁଃଖୀଲାଲ ମେହତାଙ୍କ ସହ ଦୁଇ ଜଣ ଝିଅ ପ୍ରାଣ ହରାଇଛନ୍ତି ।

ବସଟି ଦ୍ରୁତ ଗତିରେ ଯାଉଥିବା ସମୟରେ ଏହି ଦୁର୍ଘଟଣା ଘଟିଥିବା ପ୍ରାଥମିକ ତଦନ୍ତରୁ ଜଣାଯାଇଛି । ପୋଲିସ ଘଟଣା ସ୍ଥଳରେ ପହଞ୍ଚି ସମସ୍ତ ଆହତଙ୍କୁ ଉଦ୍ଧାର କରି ନିକଟସ୍ଥ ଡାକ୍ତରଖାନାରେ ଭର୍ତ୍ତି କରିଛି ଏବଂପ୍ରାଣ ହରାଇଥିବା ଲୋକଙ୍କର ଶବ ବ୍ୟବଛେଦଲାଗି ପଠାଇଛି।ପୁଲିସ୍  ଅଧିକ ତଦନ୍ତ ଚଳାଇଛି।

ସମ୍ବନ୍ଧିତ ଖବର